ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଗନ୍ଧିଆ ନିକଟରେ ଏକ ଚିଙ୍ଗୁଡ଼ି ଝିଲ ପାଖରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ସୁଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସଦର ଥାନା ପତାଗାଁ ଗ୍ରାମର ଜଗବନ୍ଧୁ ସ୍ବାଇଁ ନାମକ ଜଣେ ଯୁବକ ଗନ୍ଧିଆ ନିକଟରେ ଏକ ଚିଙ୍ଗୁଡ଼ି ଝିଲରେ କାମ କରୁଥିଲା, ତାଙ୍କ ସହିତ ତାଙ୍କ ସ୍ତ୍ରୀ ତାରାମଣି ମଧ୍ୟ ରହନ୍ତି, ଗତକାଲି ସନ୍ଧ୍ୟାରେ ଜଗବନ୍ଧୁ ସୈଚ ହେବା ପାଇଁ ଯାଇ ଆଉ ଫେରି ନଥିଲେ, ଆଜି ସକାଳେ ସେମାନେ ରହୁଥିବା ଝିଲ ନିକଟରେ ମୃତ ଦେହ ପଡ଼ିଥିବା ଦେଖି ଝିଲ ମାଲିକକୁ ଖବର ଦେଇଥିଲେ, ତେବେ ତାଙ୍କ ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ ଜଗବନ୍ଧୁଙ୍କୁ ଏସିଡ ଢାଳି ହତ୍ୟା କରାଯାଇଥିବା ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି, ଘଟଣାସ୍ଥଳରେ ସିଂଲା ପୋଲିସ ତଦନ୍ତ କରୁଛି ।