ପଦ୍ମପୁର: ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ । କୋଭିଡ଼ କେୟାର ସେଣ୍ଟରରେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ବରଗଡ଼ ପାଇକମାଲ ଥାନା ଢେଙ୍କିମୁଣ୍ଡା ଗାଁର ଛତରାମ ଧନଓ୍ବରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଗତ ନଭେମ୍ବର ୨୦୨୦ରୁ ପଦ୍ମପୁର ଉପକାରାଗାରେ ବିଚାରଧିନ କଏଦୀ ଭାବରେ ଥିଲେ । ତେବେ ଗତ ମେ ମାସ ୨୧ ତାରିଖ ଦିନ ପଦ୍ମପୁର ଉପକାରାଗାର ଅନ୍ତେବାସୀ ମାନଙ୍କ କରୋନା ପରୀକ୍ଷା କରାଯାଇଥିଲା ଏବଂ ସେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ୨୩ ତାରିଖ ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶନିବାର ସନ୍ଧ୍ୟା ପ୍ରାୟ ୭.୫୦ରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୄତ୍ୟୁ ହୋଇଥିବା ସୂଚନା ରହିଛି ।