ଚିକିଟି ବ୍ଲକ ସମ୍ମୀଳନୀ କକ୍ଷରେ ଆଜି ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣ ବିବେକ ଏମ , ବ୍ରହ୍ମପୁର ଉପ ଜିଲ୍ଲାପାଳ ଦିନା ଦସ୍ତାଗିର୍, ସହକାରୀ ଜିଲ୍ଲାପାଳ ସୁର୍ଯ୍ୟ ଶଙ୍କର ଦାସ, ଅଭିଷେକ ସାହୁ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ ଓ ଚିକିଟି ତହସିଲଦାର ବିଶ୍ବରଂଜନ କହଁର ଙ୍କ ଉପସ୍ଥିତ ରେ ସ୍ଥାନୀୟ ଜନସାଧାରଣ ବିଭିନ୍ନ ଅଭିଯୋଗ ଶୁଣାଣୀ କରିଥିବା ଦେଖିବାକୁ ମିଳିଛି।ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୬୭ ଅଭିଯୋଗ ହୋଇଥିବା ବେଳେ ୫ ଗୋଟି ସାମୁହିକ ଅଭିଯୋଗ ଓ ୬୨ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବା ଜଣାପଡିଛି।
ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଚିକିଟି, ପାତ୍ରପୁର ଓ ଦିଗପହଣ୍ଡି ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଅବାଧ ବାଲି ଓ ମଦ ଚୋରାଚାଲାଣ , ସେହିପରି ଭାବେ କୋଟଲିଙ୍ଗି ଗ୍ରାମର ତେଲୁଗୁ ସମ୍ପ୍ରଦାୟ ଲୋକ ତେଲୁଗୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ତେଲୁଗୁ ବହି ଓ ଶିକ୍ଷକ ସମସ୍ୟା ଉପରେ କୋଟଲିଙ୍ଗି ଗ୍ରାମର କିଛି ବ୍ୟକ୍ତି ମଧ୍ୟ ଅଭିଯୋଗ କରିଛନ୍ତି । ଏବଂ ମୁଖ୍ୟ ସମସ୍ୟା ଥିଲା ଚିକିଟି ଅବକାରୀ ଅଧିନସ୍ଥ ପାତ୍ରପୁର ବ୍ଳକ ସି ସରଧାପୁର ଗ୍ରାମ ନିକଟରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଭାଟି ଜୟନ୍ତିପୁର ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ସ୍ଥାନାନ୍ତର କୁ ନେଇ ଅଭିଯୋଗ ଆଣିଥିଲେ ଜୟନ୍ତିପୁର ଗ୍ରାମର ସରୋଜ କୁମାର ପଣ୍ଡା ।ଆୟୋଜିତ ଜନ ଶୁଣାଣି ଶିବିରରେ ଭତ୍ତା ପାଇଁ ବ୍ୟକ୍ତିଗତ ଅଭିଯୋଗ କରିଥିବା ୫ ଜଣ ହିତାଧିକାରୀଙ୍କ ଅଭିଯୋଗର ତ୍ୱରିତ ସମାଧାନ କରାଯାଇ ଜନଶୁଣାଣୀ ଶିବିରରେ ହିଁ ସେମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । କିଛି ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଜିଲ୍ଲା ଓ ବ୍ଲକ ପ୍ରସାଶନ ଅଧିକାରୀଙ୍କ ଗହଣରେ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା।