ଆଜି ପଞ୍ଚାନନ ମନ୍ଦିର ନିକଟ ବରଗଛ ଠାରେ ସୋରଡ଼ା ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି।ଏହି ସମ୍ମିଳନୀରେ ରାଜ୍ୟ ନେତା ନିରାକାର ନାୟକ ଯୋଗଦେଇ ସୋରଡ଼ା ବ୍ଲକର ଭୂମିହୀନ, ଭାଗଚାଷୀ ଓ ଜଙ୍ଗଲ ଜମିର ଅଧିକାର ପାଇଁ ସଂଘର୍ଷ କରିବାକୁ ପଡିବ ବୋଲି ନୂତନ ମନୋନୀତ ସାଥୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ବକ୍ତବ୍ୟରେ କହିଥିଲେ ଯେ,ଦୀର୍ଘ ବର୍ଷ ଧରି ଚାଷୀ ମୁଲିଆ ସଂଘ, ଓଡ଼ିଶା ନେତୃତ୍ୱରେ ସୋରଡ଼ା ବ୍ଲକ ଅଂଚଳରେ ଭୂମିହୀନ ଓ ଭାଗ ଚାଷୀଙ୍କ ଅଧିକାର ପାଇଁ ଲଢେଇ କରିବା ସହିତ ଦଳିତ ଆଦିବାସୀ ମାନଙ୍କ ସାମାଜିକ ନ୍ୟାୟ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ତଥା ଜଙ୍ଗଲ ଜମିର ଅଧିକାର ପାଇଁ ଲଢେଇ ଚାଲିଛି । ସେତିକି ନୁହେଁ ଋଷିକୂଲ୍ୟା ନଦୀର ସୁରକ୍ଷା, ପିପଳ ପଙ୍କା ଠାରେ ଡ୍ୟାମ ନିର୍ମାଣ କରି ଋଷିକୁଲ୍ୟା ନଦୀର ପାଣିକୁ ଟାଟା ଓ ଅନ୍ୟାନ୍ୟ କମ୍ପାନୀ କୁ ଟେକିଦେବା ବିରୁଦ୍ଧରେ ସଂଘର୍ଷ ଚାଲିଛି। ଅନ୍ୟପଟେ ନୂତନ ଘୁମୁସର ଜିଲ୍ଲା ନିର୍ମାଣ ପାଇଁ ଚାଷୀ ମୂଲିଆ ସଂଘ, ଓଡ଼ିଶା ପ୍ରତ୍ୟୋକ ଓ ପୋରକ୍ଷ ଭାବେ ଆନ୍ଦୋଳନରେ ଅବତୀର୍ଣ୍ଣ ହେଇଛି । ସେହିପରି ଘର ଓ ଭୂମିର ଅଧିକାର ପାଇଁ ଲଗାତାର ଭାବେ ସଂଘ ପକ୍ଷରୁ ବ୍ଲକ ବା ଜିଲ୍ଲା ପ୍ରଶାସନ ନିକଟରେ ବିକ୍ଷୋଭ ଓ ଗଣ ବିକ୍ଷୋଭ କରି ଆସିଛି। ଅସୁରବନ୍ଧ ପଂଚାୟତ ସାମନ୍ତରା ଘାଇର ୨୦ ଦଳିତ ପରିବାର ଘରକୁ ବ୍ଲକ ପ୍ରଶାସନ ପକ୍ଷରୁ ଜେସିପି ଲଗାଇ ଭାଙ୍ଗି ଦିଆଯାଇଥିଲା କିନ୍ତୁ ସଂଘର ହସ୍ତକ୍ଷେପ ଫଳରେ ସାମନ୍ତରା ଘାଇ ଗ୍ରାମର ୨୦ ଦଳିତ ପରିବାରକୁ ଥଇଥାନ ହେବା ଶହ ନ୍ୟାୟ ମିଳି ପାରିଛି।
ତାହା ସହିତ ସର୍ବ ଭାରତରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ କୃଷକ ମାନଙ୍କ ଏମ. ଏସ. ପି. ସର୍ବ ନିମ୍ନ ସହାୟକ ଦର ଲାଗୁ କରିବା, ଋଣ ଛାଡ଼ କରିବା ଆଦି ସଂଘର୍ଷରେ ଚାଷୀ ମୂଲିଆ ସଂଘ,ସୋରଡ଼ା ସର୍ବଦା ସାମିଲ ହେଇଛି ଏବଂ ଆଜିବି ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ବିଶେଷକରି ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ ଅଂଚଳରେ ହଜାର ହଜାର ଗରିବ ଦଳିତ, ଆଦିବାସୀ ଓ ଭୂମିହୀନ ପରିବାର ପାଖରେ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର କିମ୍ବା ଜମି ନାହିଁ। ବହୁବର୍ଷ ଧରି ମୌଳିକ ସୁବିଧା ଯଥା ପିଇବା ପାଣି, ଶିକ୍ଷା, ସ୍ୱାସ୍ଥ୍ୟ,ଗମନା ଗମନ ଘରବାରି ପଟ୍ଟା ପାଇବାରେ ବଞ୍ଚିତ ଅଛନ୍ତି। ଏହି ସମସ୍ତ ମୌଳିକ ଅଧିକାର ପାଇଁ ଓ ଜଳ,ଜମି, ଜଙ୍ଗଲର ଅଧିକାର ପାଇଁ ଚାଷୀ ମୂଲିଆ ସଂଘ, ଓଡିଶା ଅଲ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା (AIKMKS) ଶହ ଅନୁବନ୍ଧିତ ପକ୍ଷରୁ ଲଗାତାର ସୋରଡ଼ା ବ୍ଲକ ଅଂଚଳରେ ସଂଘର୍ଷ କରୁଛି ବୋଲି ସାଥୀ ନିରାକାର ଉପସ୍ଥିତ ସାଥୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ସମ୍ମିଳନୀରେ ନୂତନ ଭାବେ ସୋରଡ଼ା ବ୍ଲକ ସଭାପତି ଭାବେ ସାଥୀ କୈଳାସ ମଳିକ,ଉପସଭାପତି ଭାବେ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଭାବେ ନମିଶିବା ନାଇକ,ସହ ସମ୍ପାଦକ ଭାବେ ସୋନାଲି ମଳିକ ସର୍ବ ସମ୍ମତି କ୍ରମେ ମନୋନୀତ ହେଇଥିଲେ।