ରାଷ୍ଟ୍ରପତିଙ୍କ ଧନ୍ୟବାଦ ଭାଷଣକୁ ନେଇ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଭାଷଣ ରଖିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଭାଷଣ ପ୍ରେରଣାଦାୟୀ ଥିଲା, ଭାଷଣ ଶୁଣିବାକୁ ସମସ୍ତେ ଥିଲେ ଭଲ ହୋଇଥାନ୍ତା। ବିଶ୍ଵ କଠିନ ସମୟ ଦେଇ ଗତି କରୁଛି। ଅନେକ ସୁଯୋଗର ଭୂମି ଭାରତ। ଭାରତ ସୁଯୋଗକୁ ହାତଛଡ଼ା କରିବନି। ଆଜି ସାରା ବିଶ୍ବର ନଜର ଭାରତ ଉପରେ ରହିଛି। କୋରୋନାରେ କେହି କାହାକୁ ସାହାଯ୍ୟ କରିପାରୁ ନଥିଲେ। କୋରୋନାକୁ ନେଇ ଭାରତକୁ ଡରାଇବାକୁ ଚେଷ୍ଟା କରାଯାଇଛି। ଏକ ଅଦୃଶ୍ୟ ଶତ୍ରୁ ସହ ଭାରତର ମୁକାବିଲା ଥିଲା। ବିଶ୍ବ ଭାରତର ସାମର୍ଥ୍ୟ ଓ ଶକ୍ତି ମାନିଛି। କୋରୋନା ମୁକାବିଲାର ପୂରା ଶ୍ରେୟ ଭାରତର ବୋଲି ସେ କହିଛନ୍ତି। ଦୀପ ଜଳାଇବା ଭାବନାର ମଜାକ ଉଡ଼ାଯାଇଥିଲା। କୋରୋନା ଯୋଦ୍ଧାଙ୍କୁ ନେଇ ଗର୍ବ ଓ ଆଦର କରିବା ଦରକାର। ଭାରତର ମନୋବଳ ଭାଙ୍ଗୁଥିବା ମୁଦ୍ଦା ଉଠାଇବା ଭୁଲ। ଭାରତରେ ବିଶ୍ବର ସବୁଠୁ ବଡ଼ ଟିକାକରଣ ଅଭିଯାନ ହୋଇଛି। ଭାରତ କମ ସମୟରେ କୋରୋନା ଭ୍ୟାକ୍ସିନ ଆଣିଛି। 150 ଦେଶରେ ଭାରତ ମେଡିସିନ ପହଞ୍ଚାଇଛି। ବୈଜ୍ଞାନିକମାନେ ମାନବଜାତିର ବଡ଼ ସେବା କରିଛନ୍ତି। କମ ସମୟରେ ମିଶନ ମୋଡ୍ରେ ଭାରତୀୟ ବୈଜ୍ଞାନିକ ଅଛନ୍ତି। ଫାର୍ମାସୀ କ୍ଷେତ୍ରରେ ଭାରତ ଆଗକୁ ବଢ଼ିଛି ବୋଲି ମୋଦି କହିଛନ୍ତି।ଭାରତରେ ଲୋକତନ୍ତ୍ର ମଜଭୁତ୍ ରହିଛି। ଭାରତର ରାଷ୍ଟ୍ରବାଦକୁ ସାରା ବିଶ୍ବର ପ୍ରଶଂସା ମିଳିଛି। ଭାରତର ରାଷ୍ଟ୍ରବାଦ ସଂକୀର୍ଣ୍ଣ ନୁହେଁ। ନେତାଜୀଙ୍କ ଆଦର୍ଶକୁ କଂଗ୍ରେସ ଭୁଲିଛି। ଭାରତ ଲୋକତନ୍ତ୍ରର ଜନନୀ। ଭାରତରେ ରେକର୍ଡ ପୁଞ୍ଜିନିବେଶ ହେଉଛି। ପ୍ରତି ମାସରେ 4 ଲକ୍ଷ କୋଟି ଟଙ୍କାର ଡିଜିଟାଲ ନେଣଦେଣ ହେଉଛି। ମୋବାଇଲ ନିର୍ମାଣରେ ବିଶ୍ବର ଦ୍ବିତୀୟ ସ୍ଥାନରେ ଭାରତ ରହିଛି। ଗରିବଙ୍କ ପାଇଁ ମୋଦି ସରକାର ସମର୍ପିତ। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ରେକର୍ଡ ସ୍ତରରେ ପହଞ୍ଚିଛି। ସର୍ଜିକାଲ ଷ୍ଟ୍ରାଇକରେ ବିଶ୍ବ ଭାରତର ଶକ୍ତି ଦେଖିଛି। ଗରିବଙ୍କ ପାଇଁ ଘର, ଶୈଚାଳୟ ନିର୍ମାଣ ହୋଇଛି। ଦେଶରେ ଗରିବଙ୍କ ସ୍ଥିତି ସୁଧୁରୁଛି। ଦେଶକୁ ଗରିବ ମୁକ୍ତ କରିବାକୁ ହେବ। ଦେଶରେ କେବଳ ଚାଷୀ ଆଇନକୁ ନେଇ ଚର୍ଚ୍ଚା ଚାଲିଛି। ଚାଷୀ କାହିଁକି ଆନ୍ଦୋଳନ କରୁଛନ୍ତି କହିଲେନି। କେହି କହିଲେନି ଆନ୍ଦୋଳନ କାହିଁକି? ଚାଷୀଙ୍କ ମୂଳ ଅସୁବିଧା ଉପରେ ଚର୍ଚ୍ଚା ହେବାର ଥିଲା। ଆନ୍ଦୋଳନରେ କିଛି ଭଲ ପରାମର୍ଶ ବି ମିଳିଥିଲା। 86 ପ୍ରତିଶତ ଚାଷୀଙ୍କ ପାଖରେ 2 ହେକ୍ଟରରୁ କମ ଜମି ଅଛି। ଫସଲ ବୀମା ଯୋଜନାରୁ ଛୋଟ ଚାଷୀଙ୍କୁ ଲାଭ ମିଳିବ। ବୀମାରୁ ଚାଷୀଙ୍କୁ 90 ହଜାର କୋଟି ଟଙ୍କା ମିଳିଛି ବୋଲି ମୋଦି କହିଛନ୍ତି।ମମତା ସରକାରଙ୍କୁ ମୋଦି ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗର ଚାଷୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ରାଜନୀତି କାରଣରୁ ଚାଷୀ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି। କିଷାନ ରେଲ ଓ କିଷାନ ଉଡ଼ାଣରୁ ଚାଷୀଙ୍କୁ ଫାଇଦା ମିଳୁଛି। ଚାଷୀଙ୍କ ଆକାଉଣ୍ଟରେ 10 କୋଟି ଟଙ୍କା ପହଞ୍ଚିଛି। ଚାଷୀଙ୍କୁ ନେଇ କଂଗ୍ରେସ ୟୁ-ଟର୍ଣ୍ଣ ନେଇଛି। ଚାଷୀ ପରିବର୍ତ୍ତନକୁ ବୁଝନ୍ତୁ। ମନମୋହନ ସିଂହ କୃଷି ଆଇନରେ ସୁଧାର ସପକ୍ଷରେ ଅଛନ୍ତି। କଂଗ୍ରେସ ମନମୋହନଙ୍କ କଥା ତ ଶୁଣୁ। ଦୁଗ୍ଧ ଉତ୍ପାଦନ କୌଣସି ବନ୍ଧନରେ ବାନ୍ଧି ହୋଇନି। ମିଳିମିଶି ଦେଶକୁ ଆଗେଇ ନେବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଚାଷୀ ଆନ୍ଦୋଳନ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ। ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍। ଏମଏସପି ରହିଥିଲା,ରହିଛି, ଆଗକୁ ବି ରହିବ। ବାଧା ଦ୍ବାରା କୃଷିର ଉନ୍ନତି ଅସମ୍ଭବ। ଚାଷୀଙ୍କ ସହ ଲଗାତାର ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି।