ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ୟ୍ୟ । କାର୍ୟ୍ୟ ଶେଷ କରିବା ପାଇଁ ଦିନ ରାତି ଲାଗିପଡିଛନ୍ତି ରଥ ନିର୍ମାଣକାରୀ ସେବକ ମାନେ । ଶନିବାର ଠାରୁ ରଥ ଚାଳି ରେ ତିନି ରଥର ବେଦୀ ପ୍ରସ୍ତୁତି ପାଇଁ କାର୍ୟ୍ୟ ଆରମ୍ଭ ହୋଇଛି । ତେବେ ରଥ ଚାରି ନାହାକା ଆଗ, ପଛ ଢ଼ମକ ରେ ୫ ଗୋଟି ଜଗତପୃଷ୍ଠ ଶେଣୀ ପଡ଼ି କଣ୍ଟା ବାଡିଆ କାର୍ୟ୍ୟ ଶେଷ ହୋଇଥିଲା, ଖାଲି ସେତିକି ନୁହେଁ ପ୍ରଭା ଫ୍ରେମ ରେ ପଟା ପଡ଼ିବା ଶେଷ ହୋଇଥିଲା । ଆଜି ଉକ୍ତ ପ୍ରଭା ରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଙ୍ଗ ପରେ ପଲିସ କାର୍ୟ୍ୟ ଶେଷ ହୋଇଛି । ତେବେ ତିନି ରଥର ୧୨ ଗୋଟି ଦୁଆର ବେଢ଼ା ରୁ ଦୁଇଟି ଲେଖାଏଁ ଦୁଆର ବେଢ଼ାର ନିର୍ମାଣ ଶେଷ ହୋଇଚି । ତିନି ରଥର ଆଉ ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ ହେବା ପରେ ସେଥିରେ ଚନ୍ଦ୍ର ଶାଳୀ ଫିଟିଙ୍ଗ ଶେଷ ହୋଇଛି। ତିନି ରଥର ବେଦୀ ନିର୍ମାଣ ନିମନ୍ତେ ଜଗତପୃଷ୍ଠ ଶେଣି ପଡ଼ି ଉଭୟ ପାର୍ଶ୍ୱରେ ତିନୋଟି ଲେଖାଏଁ ବାହୁଟ ଫାଳିଆ ବାଡିଆ ଯାଇଚି।ଆଜି ବେଦୀ ଉପରେ ପଟା ପଡ଼ିବା ସମ୍ପୂର୍ଣ୍ଣ ହୋଇଛି, ବେଦୀ ଉପରେ ସିଂହାସନ ଖଞ୍ଜା ବାକି ରହିଛି । ସେହିଭଳି ରୂପକାର ସେବକ ମାନେ ତିନି ରଥର ମୋଟ ୨୪ ଟି ନାଟ ଗୋଡ଼ ରୁ ୧୮ ଟି ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଶେଷ କରିଚନ୍ତୀ। ବାକି ୬ ଗୋଟି ନାଟ ଗୋଡ଼ର ରାହୁ ରୂପ ଖୋଦେଇ କାର୍ୟ୍ୟ ଆଜି ସମ୍ପୂର୍ଣ୍ଣ କରି , ତିନି ରଥ ପଟା ଗୁଜ ଗୁଡିକରେ ନର ବିରାଳ, ସିଂହ ବିରାଳ ଏବଂ ଗଜ ବିରାଳ ଚିତ୍ର ଖୋଦେଇ କାର୍ୟ୍ୟ ଜାରୀ ରଖିଛନ୍ତି। ଚିତ୍ରକାର ସେବକ ମାନେ ଆଜି ତିନି ରଥର ନାଟଗୋଡ ଗୁଡିକରେ ପ୍ରାଇମାର୍ ଦେବାପରେ ରଙ୍ଗ କାର୍ୟ୍ୟ ଆରମ୍ଭ କରି ଛନ୍ତି ।ଏଥିସହ ପାର୍ଶ୍ଵ ଦେବ ଦେବୀ ମୂର୍ତ୍ତି ଗୁଡିକର ରଙ୍ଗ କାର୍ୟ୍ୟ ସହ ତିନି ରଥ ର ଚକ, ଗୁଜ ଗୁଡିକରେ ରଙ୍ଗ ଚିତ୍ର କାର୍ୟ୍ୟ ଜାରୀ ରଖିଛନ୍ତି । ସେପଟେ ଦରଜୀ ସେବକ ମାନେ ତିନି ରଥର ୨୪ ଟି ବତା କନାରେ ୭୨ ଟି ବିଳାସ ପଟି ଲାଗି ଶେଷ କରି ତିନି ରଥର ୧୨ ଗୋଟି ଦୁଆର ବେଢ଼ା ପାଇଁ କନା କଟିଙ୍ଗ ପରେ ସେଥିରେ ଲେଶ୍, ଚିକଣ ସିଲଭର ଜରି ରେ ଫୁଲ ଡାଳି ପକାଇ ଦୁଆର ବେଢ଼ା କାର୍ୟ୍ୟ ସମ୍ପୂର୍ଣ୍ଣ କରିଛନ୍ତି।ତିନି ଏଥର ଧୂଳି ଦଣ୍ଡା ଏବଂ ରଥରେ ଶୁଆ ସେଟିଙ୍ଗ ପାଇଁ ନରାଜ ନିର୍ମାଣ ଶେଷ କରି, ତିନି ରଥର ସାରଥି ବାଗିଆ କଣ୍ଟା ଏବଂ ସାରଥି ଚାନ୍ଦି କଣ୍ଟା ନିର୍ମାଣ ସହ ପ୍ରଭା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।