ବଡ଼ଗଡ଼ ପୋଲିସ ତରଫରୁ ରବିବାର ଠାରୁ ବୁଧବାର 4 ଦିନ ରେ ଥାନା ଅଧୀନ ବିଭିନ୍ନ ଗ୍ରାମ ରେ ବେଆଇନ ମଦ ରନ୍ଧା ସ୍ଥାନ ମାନଙ୍କ ରେ ଚଢ଼ାଉ କରାଯାଇ 8500 ଲିଟର ମହୁଲ ପୋଚ ନଷ୍ଠ କରାଯିବା ସହ ବ୍ୟବହୃତ ସାମଗ୍ରୀ ସବୁ ଜବତ କରାଯାଇଛି I ରବିବାର ଗଡ଼ଚିକିଲି, ଗଉଡ଼ଗୋଠ ରେ 1500 ଲିଟର, ସୋମବାର ବୁରୁପଡା, ଭୀମପୁର ରେ 2500 ଲିଟର, ମଙ୍ଗଳଵାର ଲେମ୍ଭୁକୁମ୍ପା, ଖଜୁରୀଦିହ ରେ 3000 ଲିଟର, ବୁଧବାର କୁଟୁଲିଗୁଡା ରେ 1500 ଲିଟର ନଷ୍ଠ କରାଯାଇଛି I ଅଞ୍ଚଳ ରେ ବେଆଇନ ଭାବେ ମଦ ରନ୍ଧା କୁ ସମ୍ପୂର୍ଣ୍ଣ ଭାବେ ମୁଳୋତ୍ପାଟନ ପାଇଁ ବଡ଼ଗଡ଼ ପୋଲିସ ଅଭିଯାନ ଆରମ୍ଭ କରିଛି |