ଚାନ୍ଦବାଲି ବ୍ଲକ ଧାମରା କରଞ୍ଜମାଳ ପଂଚାୟତ ନରେନ୍ଦ୍ରପୁର ଗ୍ରାମରେ ଗ୍ୟାସ ଟାଙ୍କିଫାଟି ଭୟାବହ ଅଗ୍ନିକାଣ୍ଡ ଘଟି ନଟମାଝୀ, କଟମାଝୀ,ମାଢିମାଝୀଙ୍କ 5 ବଖରା ଘରପୋଡି ପାଉଁଶ ହୋଇଯାଇଛି। ନିଆଁ ଲିଭାଇବାକୁ ଗ୍ରାମବାସୀମାନେ ଉଦ୍ୟମ କରିଥିଲେ ମଧ୍ଯ ନିଆଁକୁ ଆୟତ କରି ପାରିନଥିଲେ। ଫଳରେ ଘରେଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ଧାନ,ଚାଉଳ ପୋଡି ପାଉଁଶ ହୋଇଯାଇଛି। ଧାମରା ଅଗ୍ନିଶମ କେନ୍ଦ୍ରକୁ ଜଣାଇଥିଲେ ମଧ୍ୟ ସଠିକ ସମୟରେ ଅଗ୍ନିଶମ ଗାଡି ପହଁଚି ପାରି ନଥିବାରୁ ନିଆଁରେ ସବୁକିଛି ପୋଡିପାଉଁଶ ହୋଇ ଯାଇଥିଲା ।