<h3>ବାଲେଶ୍ୱର (ସୋର),୨୫/୦୪/୨୪: କାହାକୁ ଚାକିରି ପ୍ରଲୋଭନ ତ କାହାକୁ ମଦ ବାର , ଆଉ କାହାକୁ ଗ୍ୟାସ ଡିଲରସିପ ତ ଆଉ କାହାକୁ ପେଟ୍ରୋଲ ପମ୍ପ କରାଇ ଦେବାର ପ୍ରତିଶ୍ରୁତି । ଏମିତି କହି ୫ ବର୍ଷ ଧରି ଅନେକ ଲୋକଙ୍କ ଠାରୁ ୨ କୋଟି ରୁ ଅଧିକ ଟଙ୍କା ଲୁଟି ନେଇଯାଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଂଚଳ ମାଣତ୍ରୀ ଗାଁ ରେ । ଏଭଳି ମହାଠକ ର ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ ହେଲେ କଥା ଆକାଶ ଛୁଆଁ | ମିଛ କଥା କହି ୬୦ ଜଣକୁ ଫସାଇଛି ଏହି ମହାଠକ ରମେଶ ପାଢୀ | ରମେଶ ଙ୍କ ନାଁ ରେ ସୋର ଓ କେନ୍ଦୁଝର ଟାଉନ ଥାନାରେ ପ୍ରାୟ ୧୦ ରୁ ଉଦ୍ଧ୍ୱର୍ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପାଠ ନ ପଢ଼ି ବି ଲୋକଙ୍କୁ ହାଇକୋର୍ଟର ଫେକ୍ ଅର୍ଡର ଦେଖାଇ ଭୂଆଁ ବୁଲାଇବାକୁ ପଛାଇ ନାହାନ୍ତି। ମାତ୍ର ଏପରି କରି ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଭୂଆଁ ବୁଲାଇ ସାରିଥିବା ଏପରି ମହା ଧୂର୍ତ୍ତଙ୍କୁ ଶେଷରେ ବାନ୍ଧିଛି ପୁଲିସ୍। ବାପାଙ୍କର ବହୁ ବଡ଼ ବଡ଼ ଅଧିକାରୀ ଚିହ୍ନା ଥିବାରୁ କୋଅପରେଟିଭ ବ୍ୟାଙ୍କରେ ଚାକିରି କରାଇଦେବାକୁ ଲୋଭ ଦେଖାଇଥିଲେ। ଏଥିନିମନ୍ତେ ସେ ନିଜ ସହକର୍ମୀମାନଙ୍କଠାରୁ ୨୦୧୯ ମସିହାରେ ୩ ଲକ୍ଷ ଲେଖା ଆଦାୟ କରିଥିଲେ | ଚାକିରି ନମିଳିବାରୁ ଶ୍ରୀ ପଣ୍ଡା ଓ ତାଙ୍କର ସାଥୀମାନେ ରମେଶଙ୍କୁ ଧରିବାରୁ ସେ ହାଇକୋର୍ଟରେ ଦ୍ୱାରସ୍ତ ହୋଇଥିଲେ। ପରେ ଏ ବାବଦରେ କୌଣସି ବିଜ୍ଞାପନ ଆସିନଥିବା ବ୍ୟାଙ୍କ ପକ୍ଷରୁ ସୂଚନା ପାଇବା ପରେ ଶ୍ରୀ ପଣ୍ଡାଙ୍କ ସମେତ ଅନ୍ୟ ସାଥୀମାନେ ଠକେଇର ଶିକାର ହୋଇଥିବା ଜାଣିପାରି ସୋର ଥାନାରେ ଦ୍ୱାରସ୍ତ ହୋଇଥିଲେ। ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ରମେଶଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ପୁଲିସ ତାଙ୍କୁ ଭଦ୍ରକ ଅଂଚଳରୁ ଗିରଫ କରି ଆଜି ଅପରାହ୍ଣରେ କୋର୍ଟ ଚାଲାଣ କରିଛି। । ପୁଲିସ ତାଙ୍କୁ ରିମାଇଣ୍ଡରରେ ଆଣି ଅଧିକ ତଦନ୍ତ ଆରମ୍ଭ କରିବ ବୋଲି ଏସ୍ଡ଼ିପିଓ ଡ଼ ଶଶାଙ୍କ ଶେଖର ବେଉରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।</h3>