ଆପଣ ଅଧିକ ରସୁଣ ଖାଇବାକୁ ପସନ୍ଦ କରୁଥିଲେ ହୋଇଯାନ୍ତୁ ସାବଧାନ । କାରଣ ବଜାରରେ ମିଳୁଥିବା ଚାଇନା ରସୁଣ ଖାଇଲେ ଆପଣ ହୋଇପାରନ୍ତି ଅସୁସ୍ଥ । ତେବେ ୨୦୧୪ରୁ ଭାରତରେ ନିଷିଦ୍ଧ ହୋଇଥିବା ଚାଇନା ରସପୁଣି ଏବେ ଭାରତୀୟ ବଜାରରେ ବିକ୍ରି ହେଉଛି । ଆଉ ବିଭିନ୍ନ କେମିକାଲ ପ୍ରୟୋଗ କରି ପ୍ରସ୍ତୁତ ହେଉଥିବା ଏହି ରସୁଣ ଖାଇ ଆପଣ ଅସୁସ୍ଥ ମଧ୍ୟ ହୋଇପାରନ୍ତି । ତେବେ ଯେତେବେଳେ ବି ଆପଣ ବଜାରରୁ ରସୁଣ କିଣିବାକୁ ଯାଉଛନ୍ତି ତେବେ ଧ୍ୟାନ ରଖିବେ ରସୁଣର ଆକାର କିପରି। କାରଣ ଦେଶୀ ରସୁଣର ଆକାର ଛୋଟ, ଚାଇନା ରସୁଣ ଆକର ବଡ ହୋଇଥାଏ। ଦେଶୀ ରସୁଣ ପାଖୁଡା ଲବଙ୍ଗ ଭଳି ହୋଇଥିବା ବେଳେ ଚାଇନା ରସୁଣ ପାଖୁଡ ବଡ ବଡ ହେବା ସହ ମୋଟା ଏବଂ ଖୋଲା ହୋଇଥାଏ। ଚାଇନା ରସୁଣ ବହୁତ ଧଳା, ସ୍ୱଚ୍ଛ ଏବଂ ଚମକୁଥିବା ଭଳି ଦେଖାଯାଏ। ଏହିି ଉପାୟରେ ଆପଣ ଦେଶୀ ରସୁଣ ହିଁ କିଣନ୍ତୁ । ସେହିପରି ରସୁଣ କିଣିବା ସମୟରେ ଆପଣ ରସୁଣର ବାସ୍ନା ଦେଖି ମଧ୍ୟ କିଣିପାରିବେ । କାରଣ ଦେଶୀ ରସୁଣର ଅଧିକ ବାସ୍ନା ଥିବା ବେଳେ ଚାଇନା ରସୁଣର କମ ବାସ୍ନା ଥାଏ । ଚାଇନା ରସୁଣ ସ୍ୱାସ୍ଥ୍ୟ ପ୍ରତି ଖରାପ । କାରଣ ଚାଇନାରେ ବ୍ୟାପକ ପରିମାଣରେ ରସୁଣ ଉତ୍ପାଦନ ହୋଇଥାଏ। ସେଠାରେ ରସୁଣ ଚାଷରେ ସିନ୍ଥେଟିକ୍ ପଦାର୍ଥ ବ୍ୟବହାର କରାଯାଏ। ଯାହାକି ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ କ୍ଷତିକାରକ। ଏଥିପାଇଁ ୨୦୧୪ରୁ ଭାରତରେ ଚାଇନା ରସୁଣକୁ ନିଷିଦ୍ଧ କରାଯାଇଛି। ଏହି ରସୁଣ ଖାଇବା ଦ୍ୱାରା ପେଟ ରୋଗ ବଢିବାର ଆଶଙ୍କା ରହିଛି। ଏହାସହ କିଡନୀ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ।