ଆଜି ବଲିଉଡ ଅଭିନେତା ଶାହିଦ କପୁରଙ୍କ ୪୦ତମ ଜନ୍ମଦିନ। ଶାହିଦ କପୁର ଜଣେ ବହୁତ ଭଲ ଅଭିନେତା ସହ ଦମଦାର ଡ୍ୟାନ୍ସର ମଧ୍ୟ। ପ୍ରଥମେ ଇଣ୍ଡଷ୍ଟ୍ରିରେ ସେ ଚକଲେଟ୍ ବଏ ଭାବେ ନିଜର ଇମେଜ କ୍ରିଏଟ କରିଥିଲେ। କିନ୍ତୁ ଏବେ ସେ ବଡି ଫିଟନେସ୍ ପାଇଁ ବହୁତ ଚର୍ଚ୍ଚିତ। ଫିଲ୍ମ କବିର ସିଂହରେ ଶାହିଦ କପୁରଙ୍କ ମାଚୋ ଲୁକ୍ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ଦମଦାର ଡ୍ୟାନ୍ସ କରୁଥିବା ଶାହିଦ କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସଂଘର୍ଷ କରିଛନ୍ତି। ତାଙ୍କ ସଂଘର୍ଷ କାହାଣୀ ଯେକୌଣସି ଯୁବ ପାଇଁ ପ୍ରେରଣାଦାୟୀ ହୋଇପାରେ। ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବା ପୂର୍ବରୁ ସେ ବିଜ୍ଞାପନ କରୁଥିଲେ ଓ ବ୍ୟାକ୍ ଡ୍ୟାନ୍ସର ଭାବେ କାମ କରୁଥିଲେ। ସେ ଡ୍ୟାନ୍ସ ପାଇଁ ଟ୍ରେନିଂ ମଧ୍ୟ ନେଇଛନ୍ତି। ବଡି ଫିଟନେସ୍ ମେଣ୍ଟେନ କରିବାକୁ ଡ୍ୟାନ୍ସ ମଧ୍ୟ ସାହାଯ୍ୟ କରିଥାଏ।