ଭୁବନେଶ୍ବର : ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ । କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ତାକୁ ନେଇ ଆଲୋଚନା କରାଯାଇଛି । ବଦଳିଲା ବିଧାନସଭାର ସମୟ ସାରଣୀ । ଦୈନିକ ଦୁଇଟି ଅଧିବେଶନରେ ଚାଲିବ ବିଧାନସଭା । ଦିନ ସାଢେ ୧୦ ରୁ ସାଢେ ଗୋଟାଏ ଯାଏଁ ପ୍ରଥମ ଅଧିବେଶନ ଓ ଦିନ ୪ ଟାରୁ ୬ ଟା ଯାଏଁ ଚାଲିବ ଦ୍ୱିତୀୟ ଅଧିବେଶନ । ସ୍ୱତନ୍ତ୍ର କାର୍ଯ୍ୟ ଦିବସରେ ଅଧିବେଶନ ସଂନ୍ଧ୍ୟା ୭ ଟା ଯାଏ ଚାଲିବ । ଚଳିତ ଅଧିବେଶନରେ ୫ ଘଣ୍ଟା ଚାଲିବ ଗୃହ। ବିଧାନସଭାର ସର୍ବଦଳୀୟ ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି । ପ୍ରଶ୍ନକାଳ ଘଣ୍ଟାଏ, ଶୂନ୍ୟକାଳ ଘଣ୍ଟାଏ, ମୁଲତବୀ ଦେଢ଼ଘଣ୍ଟା ଚାଲିବା ପାଇଁ ନିଷ୍ପତ୍ତି । ଯେଉଁଦିନ ସେସନର ସ୍ପେଶାଲ ଦିନ ସେହି ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ। ବିଧାନସଭାର ସବୁ ତଥ୍ୟ ନେଭା ଆପ ଜରିଆରେ ମିଳିବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା ଦେଇଛନ୍ତି।