ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକାରୁ ଆସିଥିବା ଚିତାଙ୍କ ମୃତୁ୍ୟ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୫ ମାସରେ ୮ଚିତାଙ୍କ ମୃତୁ୍ୟ ଏବେ ଚିନ୍ତାର କାରଣ ପଲଟିଛି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ସୂଚନା ଅନୁସାରେ ଏକ ସଂକ୍ରମଣ କାରଣରୁ ଏପରି ଚିତା ମୃତୁ୍ୟ ହୋଇଥିବା ରିପୋର୍ଟରୁ ଜଣାପଡିଛି । ରେଡିଓ କଲର ଆଇଡି ଚର୍ମ ସଂକ୍ରମଣ ପାଇଁ ଚିତା ମୃତୁ୍ୟ ହେଉଛି । ଏବେ ୩ ଚିତାଙ୍କ ଠାରେ ଏହି ସଂକ୍ରମଣ ଦେଖା ଦେଇଛି । ସମସ୍ତ ଚିତାଙ୍କ ସ୍ୱସ୍ଥ୍ୟ ପରୀକ୍ଷା କରାଯିବ ।
ଚିତାଙ୍କ ବେକରେ କ୍ଷତ ରହିଥିବା ଦେଖିବାକୁ ମିଳିଛି । ଜଙ୍ଗଲରେ ରହିଥିବା ୧୦ ଚିତାଙ୍କର ପରୀକ୍ଷା କରାଯିବ ବୋଲି କହିଛନ୍ତି ଡିଏଫଓ ପ୍ରକାଶ କୁମାର ବର୍ମା । ଏକ ଡାକ୍ତରୀ ଦଳ ଲଗାତାର ଚିତାଙ୍କ ପରୀକ୍ଷା ଜାରି ରଖିଛନ୍ତି । ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞ କୁନୋ ଆସିବେ । କୁନୋରେ ଥିବା ସମସ୍ତ ଚିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଗତ ୫ ମାସରେ ୮ ଚିତାଙ୍କର ମୃତ୍ୟୁ ହୋଇଛି ସେଥିରୁ ୫ ବଡ ଓ ୩ ଶାବକ ଚିତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଛି । ଚିତା ମୃତ୍ୟୁ ନେଇ ସରକାରଙ୍କଠୁ ନେଇ ପ୍ରଶାସନ ଚିନ୍ତା ପ୍ରକଟ କରିଥିଲେ । ଗତ ସପ୍ତାହରେ ୨ ଚିତାଙ୍କର ମୃତ୍ୟୁ ହୋଇଥିବା । ଚିତା ସୁରଜର ମୃତ୍ୟୁ ତା ବାକରେ ଏକ କ୍ଷତ ଯୋଗୁଁ ହୋଇଥିବା ଜଣାପଡିଛି । ଆଗକୁ ଯେପରି ଏହି ସଂଖ୍ୟା ନ ବଢେ କାରଣ ଖୋଜି ସେ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।
ପୂର୍ବ ସୁଚନା ଅନୁସାରେ, ମେ’ ୯ରେ ମାଈ ଚିତା ଦକ୍ଷା ଏବଂ ପରେ ଚିତା ଜ୍ବାଳା ଜନ୍ମ ଦେଇଥିବା ୪ ଶାବକଙ୍କ ମଧ୍ୟରୁ ପ୍ରଥମ ଶାବକର ମୃତ୍ୟୁ ହୋଇଥିଲା । ଏହାର କିଛି ଦିନ ପରେ ଆଉ ୨ଟି ଶାବକ ଆଖି ବୁଜିଥିଲେ । ଗତ କିଛି ଦିନ ତଳେ ଆଉ ୨ଟି ଚିତାର ମୃତ୍ୟୁ ଘଟିଥିଲା । ତେବେ ଆଫ୍ରିକୀୟ ୨୦ଟି ଚିତାଙ୍କ ମଧ୍ୟରୁ ଏଯାବତ ୮ଟି ଚିତା ଆଖି ବୁଜିଥିବା ସୂଚନା ମିଳିଛି । ଭାରତ ସରକାର