<h3>ଭାରତୀୟ ଜନତା ପାର୍ଟି ର ଚମ୍ପୁଆ ବିଧାନସଭା ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ଆଜି ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ପୂର୍ବାହ୍ନ ୧୧ଟା ସମୟରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଚମ୍ପୁଆ ଉପ ଜିଲ୍ଲାପାଳଙ୍କ ଜାର୍ୟ୍ୟାଳୟରେ ପହଞ୍ଚିବାପରେ ନିଜର ନାମଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ସମୟରେ ବିଜେପିର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଅନନ୍ତ ନାଏକ ଉପସ୍ଥିତ ରହିଥିଲା ବେଳେ, କେନ୍ଦ୍ର ଇସ୍ପାତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ରାଜ୍ୟ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଆସି ଯୋଗ ଦେଇଥିଲେ । ମୁରଲୀ ଏହା ପୂର୍ବରୁ ୨୦୦୯ ଓ ୨୦୧୯ରେ ଚମ୍ପୁଆ ଆସନରୁ ଦୁଇଥର ବିଜେପି ଦଳରୁ ପ୍ରାର୍ଥୀହୋଇ ପରାଜିତ ହୋଇଥିଲେ । ଏଥର ସେ ନିଶ୍ଚିତ ବାଜିମାତ କରିବେ ଏବଂ ଡବଲ ଇଞ୍ଜିନର ସରକାର ହେବ ବୋଲି ସେ କହିଛନ୍ତି ।</h3>