କୃଷି ଆଉ କୃଷକ ମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ତାହା ସଠିକ ଭାବରେ କୃଷକ ମାନଙ୍କ ପାଖରେ ପହଞ୍ଚି ପାରୁନାହିଁ।ଯାହାର ଉଦାହରଣ ଦେଖିବାକୁ ମିଳୁଛି ରାଜନଗର ବ୍ଲକ ଅନ୍ତର୍ଗତ ଇଶ୍ଵରପୁର ପଞ୍ଚାୟତ ସ୍ଥିତ ଜୁନୁସନଗର ଗାଁର ଏକ ଉପାନ୍ତ ଅଞ୍ଚଳରେ ଜଣେ ଗରିବ ଚାଷୀ ଚନ୍ଦ୍ର ଶେଖର ମାନ୍ନାଙ୍କ କ୍ଷେତ୍ରରେ। ନିଜର ଅକ୍ଲାନ୍ତ ପାରିଶ୍ରମିକ ବଳରେ ଯୁବ କୃଷକ ଚନ୍ଦ୍ର ଶେଖର ନିଜର ତିନି ଏକର ଚାଷ ଜମିରେ ୨୦୧୨ ମସିହା ଠାରୁ ଜୈବିକ ସାରରେ ବିଭିନ୍ନ ପ୍ରଜାତିର ପରିବା ଚାଷ-ବାଇଗଣ,ପାଖରୁ ଆରମ୍ଭ କରି କାକୁଡି, କଲରା ,ଝୁଡ଼ଙ୍ଗ, ଓ କୁନ୍ଦୁରି ,ଆମ୍ବ ,ନଡ଼ିଆ,ପିଜୁଳି,କଦଳୀ,ଡାଳିମ୍ବ ,ସଫେଇଦା, ଆପେଲ ବେରୀ ଓ ଆଖୁ ଚାଷ ତାସହ ଡ୍ରାଗନ ଫୁରଟ ଯାହା କେବଳ ବୈ÷ଜ୍ଞାନିକ ଗବେଷଣା କେନ୍ଦ୍ରରେ କଦା କୋଚିତ ଅଳ୍ପ କିଛି ସ୍ଥାନରେ ଦେଖିବାକୁ ମିଳିଥାଏ । ହେଲେ ଓଡ଼ିଶାରେ ଏହାର ଉତ୍ପାଦନ ହୁଏ ତାହା ପୁଣି ଲୁଣି ଉପାନ୍ତ ଅଞ୍ଚଳରେ ବହୁ କଷ୍ଟରେ ଏସବୁ ଚାଷ କରି ବର୍ଷକୁ ୫ ରୁ ୬ ଲକ୍ଷ ଟଙ୍କା ରୋଜଗାର କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି , ସବୁଠୁ ବଡ କଥା ହେଲା ଏହି ସମସ୍ତ ଚାଷରେ ସମ୍ପୂର୍ଣ୍ଣ ଭାବେ ଜୈବିକ ସାର ବ୍ୟବହାର ହୋଇ ଥିବାରୁ ସ୍ଥାନୀୟ ମାର୍କେଟରେ ବେଶ ପରିବା ଓ ଫଳର ଚାହିଦା ରହିଛି, ବଜାର ରେ ଆମେ ଅନେକ ରାସାୟନିକ ସାର ପ୍ରୟୋଗର ପନିପରିବା ବା ଫଳ ବିକ୍ରି ହେଉଥିବାର ଦେଖିବାକୁ ମିଳୁଛି .., କିଣିଲା ବେଳେ ପରିବା ଫ୍ରେଶ ନଜର ଆସୁଥିବା ବେଳେ ଘରକୁ ଆଣି ଦେଖିଲା ବେଳକୁ ସବୁ କିଛି ଶୁଖି ଯାଉଛି । ୧ କି ୨ ଦିନ ବି ପରିବାକୁ ଘରେ ରଖିବା ସମ୍ଭବ ହୋଇପାରୁନାହିଁ । ହେଲେ ଚନ୍ଦ୍ରଶେଖର ଯେଉଁ ପନିପରିବା ଚାଷ କରିଛନ୍ତି . ତାହା ବହୁତ ଦିନ ପର୍ଯ୍ୟାନ୍ତ ସତେଜ ରହିଥାଏ ବା ଶୁଖେ ନାହିଁ । ଚନ୍ଦ୍ରଶେଖର କେବଳ ପରିବା ଓ ଫଳ ଚାଷ କରୁ ନାହାନ୍ତି ତାହା ସହିତ ମହୁ ଚାଷ ଓ ଗୃହ ପାଳିତ ପଶୁପକ୍ଷୀ ଚାଷ ମଧ୍ୟ କରୁଛନ୍ତି,ଏହି ଚାଷକୁ ଦେଖିବା ପାଇଁ ଏନଜିଓ ସଂସ୍ଥା ପକ୍ଷରୁ ଫରେନରୁ ବାଣିଜ୍ୟକାର ମାନେ ତାଙ୍କ ନିକଟକୁ ଆସି କେମିତି ସରକାରୀ ସହାୟତା ମିଳିବ ସେ ବାବଦରେ ଆଲୋଚନା କରିଥିଲେ। କିନ୍ତୁ ଦୁଃଖର କଥା ଯେମିତି ବଣ ମଲ୍ଲୀ ବଣରେ ଫୁଟି ଝାଉଁଳି ପଡେ ଠିକ ସେହିପରି ଚନ୍ଦ୍ରଶେଖର ମାନ୍ନାଙ୍କ ଏହି ଦକ୍ଷତା ସେହି ଅଞ୍ଚଳରେ ସୀମିତି ହୋଇଯାଇଛି, କାରଣ ସରକାରୀ ସହାୟତା ତାଙ୍କ ପାଇଁ ସାତ ସପନ ପାଲଟିଛି। ଆଜିକୁ ଚାଷୀ ଭାବେ ୧୫ ବର୍ଷ ବିତିଯାଇଥିଲେ ସୁଦ୍ଧା ନା ତାଙ୍କ ପାଖରେ ବ୍ଲକ ପ୍ରଶାସନ ପହଁଚିଛି ନା ଜିଲ୍ଲା ପ୍ରଶାସନ. ତେବେ ଦେଖାଯାଉ ଖବର ପ୍ରସାରଣ ପରେ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ ଚନ୍ଦ୍ରଶେଖର ପାଖରେ ପହଞ୍ଚି କିଛି ସରକାରୀ ସହାୟତା ପ୍ରଦାନ କଲେ ଆହୁରି ଆଗକୁ ବଢ଼ିବା ସହିତ ବିଭିନ୍ନ ପ୍ରଜାତିର ଚାଷ କରି କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ସଫଳ ଚାଷୀ ଭାବେ ସରକାରଙ୍କ ପକ୍ଷରୁ ପରିଚିତ ହୋଇପାରୁଛନ୍ତି କେବେ ତାହା ଦେଖିବାକୁ ବାକି ରହିଲା