ଏନ୍ଏନ୍ଏସ ଓଡିଆ, ଚଣ୍ଡିଖୋଲ; ଚଣ୍ଡିଖୋଲ ଛକ ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କାଦେଲା କାର । ଘଟଣା ସ୍ଥଳରେ କାରରେ ଥିବା ମହିଳା ଗୁରୁତର ହୋଇଛନ୍ତି । ଟ୍ରକ ଟି ଛିଡା ହୋଇଥିବା ସମୟରେ କାରଟି ଧକ୍କା ଦେଇଥିଲା । ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାରଟି କଟକ ଅଭିମୁଖେ ଯାଉଥିଲା । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଟ୍ରକଟି ଜାତୀୟ ରାଜପଥରେ ଛିଡା ହୋଇଥିବା ସମୟରେ ଟ୍ରକ ପଛପଟେ ଜୋର୍ ରେ ପିଟି ହୋଇଥିଲା କାରଟି । ଫଳରେ ଏତେ ଜୋରରେ ଧକ୍କା ହୋଇଥିଲା ଯେ, କାରଟି ଟ୍ରକ ତଳେ ସମ୍ପୂର୍ଣ୍ଣ ରୂପେ ଚାପି ହୋଇ ରହିଥିଲା । କାର୍ର୍ ଥିବା ମହିଳା ଜଣଙ୍କ ଗୁରୁତର ହୋଇଥିଲେ । କାର୍ଟି ଏମିତି ଚାପି ହୋଇଥିଲା କି, ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାରକରାଯାଇଥିଲା । ପରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଗୁରୁତର ମହିଳାଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିବା ବେଳେ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲଙ୍କୁ ସ୍ଥାନାନ୍ତର କରାଯାଇଛି । ଏହା ସହ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର କାଣ୍ଡି ପହଞ୍ଚô ଗାଡି ଦୁଇଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।