<h3>ରାଜନଗର,୧୨/୦୫/୨୪: ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତସ୍ଥିତ ବିଦେଶୀ ମଦ କାଉଣ୍ଟର ଅବକାରୀ ବିଭାଗର ନିୟମ କାନୁନକୁ ଫୁ କରି ହେଉଛି ମାଲେମାଲ । ଦୀର୍ଘଦିନ ହେବ ତାର ମନମାନି ଚଲେଇଆସିଛି । ମନଗଢା କାହାଣୀ କହି ଗ୍ରାହକଙ୍କଠୁ ନେଉଛି ମଦର ପ୍ରକୃତ ଦରଠୁ ଅଧିକ ଟଙ୍କା । କହୁଛି କଣ ନା ଆମେ ବିୟର ବୋଟଲକୁ ଆଇସରେ ରଖୁଛୁ ତ ଦଶ ଟଙ୍କା ଅଧିକ ନେବୁ, ଆମକୁ ଜିଏସଟି ଓ ଟ୍ରାନ୍ସପୋର୍ଟ ଫି ଅଧିକ ଦେବାକୁ ପଡୁଛି । ଆମେ ଅନ୍ୟ ମଦରେ ବି ଅଧିକ ଟଙ୍କା ନେବୁ ଯାହା କରିବା କଥା କର । ପୁରା ଦମ୍ଭର ସହ ଗ୍ରାହକଙ୍କୁ ଦମକ ଦେଇ ତାଙ୍କୁ ଚଢା ଦରରେ ମଦ ବିକ୍ରି କରୁଛି ଏହି ମଦ କାଉଣ୍ଟର । ଯେଉଁଥିପାଇଁ ମଦ କାଉଣ୍ଟର ଆଗରେ ଗ୍ରାହକଙ୍କ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ବାସ୍ତବରେ କିନ୍ତ ମଦ ବୋଟଲରେ ଯେତିକି ଦର ଲେଖାଯାଇଥାଏ ତାହା ହିଁ ମଦର ପ୍ରକୃତ ଦର । ସେଥିରେ ହିଁ ଜିଏସଟି ଓ ଟ୍ରାନ୍ସପୋର୍ଟର ବ୍ୟୟ ସଂଯୁକ୍ତ କରାଯାଇ ଗାହକଙ୍କୁ ମଦ ବିକ୍ରି କରାଯାଇଥାଏ । ଏଠି କିନ୍ତୁ ଗ୍ରାହକଙ୍କୁ ମିଛ କଥା କହି ତାଙ୍କୁ ଲୁଟ୍ କରାଯାଉଛି । ଯାହାକି ଅବକାରୀ ବିଭାଗର ନିୟମକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଙ୍ଘନ କରୁଛି । ବାରମ୍ବାର ପି୍ରଣ୍ଟ ରେଟରେ ମଦ ବିକି୍ର କରିବାକୁ ଖବର ପ୍ରକାଶ କଲା ପରେ ମଧ୍ୟ ମଦ ବ୍ୟବସାୟରେ କୋ÷ଣସି ପରିବର୍ତ୍ତନ ଆସିପାରିଲାନାହିଁ । ତେବେ ଏଠାରେ ଏବେ ପ୍ରଶ୍ନ ଉଠୁଛି ଯେ, ଅବକାରୀ ବିଭାଗ ଏବଂ ପୋଲିସ କରୁଛି କଣ? ପୋଲିସ ଓ ଅବାକରୀ ବିଭାଗ ଏଥିରେ ସାମିଲ ନାହିଁ ତ? କେନ୍ଦ୍ରାପଡ଼ା ମୁଖ୍ୟ ଅବକାରୀ କାର୍ୟ୍ୟାଳୟରେ ଦୁର୍ନୀତି ସହିତ ରାଜନଗର ବ୍ଲକର ବିଭିନ୍ନ ମଦ କାଉଣ୍ଟର ମଧ୍ୟ ମଦର ପ୍ରକୃତ ଦର ଠାରୁ ଚଢା ଦରରେ ମଦ ବିକ୍ରି କରି ମାଲେମାଲ, ଆଉ ଏଥିରେ ବେଶ୍ ଆଗରେ ଅଛି ଗୁପ୍ତି ମଦ କାଉଣ୍ଟର । ତେବେ ଦେଖାଯାଉ ଏହି ଖବର ପ୍ରକାଶ ପରେ କେନ୍ଦ୍ରାପଡ଼ା ମଦ ଅଧ୍ୟକ୍ଷ ଦେବୀ ମିଶ୍ର ସମସ୍ତ ମଦ କାଉଣ୍ଟର ଉପରେ କୋ÷ଣସି ପଦକ୍ଷେପ ନେଉଛନ୍ତି ନା ଚୁପ୍ ବସିବେ ତାହା ଦେଖିବାକୁ ବାକି ରହିଲା ।</h3>