ବଙ୍ଗୋସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ବେଳକୁ ତାହା ଅବପାତରେ ପରିଣତ ହୋଇପାରେ। ତା’ପରେ ଏହା କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଉତ୍ତର ଦିଗକୁ ଗତି କରିବ।
ସେଠାରେ ଏହା ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ସତର୍କସୂଚନା ଜାରି କରାଯାଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ତାହାର ଗତିପଥ, ତୀବ୍ରତା, କେଉଁ ଅଞ୍ଚଳକୁ ଗତି କରିବ, କେଉଁ ସ୍ଥଳ ଭାଗ ନିକଟରେ ପହଞ୍ଚିବ ସେ ବିଷୟରେ ବିଶେଷ ସୂଚନା ଦିଆଯିବ ବୋଲି ଆଇଏମ୍ଡି ଡିଜି କହିଛନ୍ତି।