ଘୁମୁସର ଶାରୀରିକ ଶିକ୍ଷା ସଙ୍ଘ ତରଫରୁ ରବିବାରମାଧ୍ୟାର୍ହ୍ନ ରେ ସ୍ଥାନୀୟ ଲକି କଲ୍ୟାଣ ମଣ୍ଡପ ପରିସର ରେ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଆୟୋଜକ ହୋଇଯାଇଛି I ବ୍ଲକ ସମ୍ପାଦକ ତଥା କ୍ରୀଡା ଶିକ୍ଷକ ସୁନୀଲ କୁମାର ଦାସ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏଥିରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁ,ହିଞ୍ଜିଳି ପୂର୍ବତନ ବିଇଓ ବସନ୍ତ ପଣ୍ଡା,ଏସ ବି ହାଇ ସ୍କୁଲ ପୂର୍ବତନ କ୍ରୀଡା ଶିକ୍ଷକ ପ୍ରଶାନ୍ତ ଦାସ,କନିସି କ୍ରୀଡା ଶିକ୍ଷକ ସୀତାରାମ ବେହେରା, ଶରତ ନାୟକ ଜିଲୁଣ୍ଡି, ବିଭୁତି ଭୂଷଣ ପ୍ରଧାନ, ପବିତ୍ର ଖାଡ଼ଙ୍ଗା, ଆଶୁତୋଷ ସ୍ୱାଇଁ,ପ୍ରମୁଖ ମଂଚାସୀନ ଥିଲେ I ସମସ୍ତ କ୍ରୀଡା ଶିକ୍ଷକ ସାମୁହିକ ବିକାଶ ପ୍ରତି ଯଥୋଚିତ ଆଗ୍ରହ ପ୍ରକାଶ କରିବା, ବିଦ୍ୟାଳୟ କୁ ନିଜର ଭାବିବା ସହ ଛାତ୍ର ଛାତ୍ରୀ ଙ୍କୁ ମାନସିକ ସ୍ଥର ରେ ସୁଦୃଢ କରିବା ପାଇଁ ଆଗ୍ରହଜାତ କରାଇବା, ଶାରୀରିକ ବ୍ୟୟାମ ର ଆବଶ୍ୟକତା ଉପରେ ସଚେତନ କରାଇବା ଦାୟିତ୍ୱ ସମସ୍ତ ଙ୍କ ର ରହିବା ବାଧ୍ୟତା ମୂଳକ ହେବା ଦରକାର ବୋଲି ଜିଲ୍ଲା ଅଧିକାରୀ ଶ୍ରୀ ସ୍ୱାଇଁ କହିଥିଲେ I ସମସ୍ତ ଶିକ୍ଷକ କିଛି ସ୍ୱତନ୍ତ୍ର ଭାବେ ପରାକାଷ୍ଠା କଲେ ହିଁ ନିଜ ବିଦ୍ୟାଳୟ ର ସୁନାମ ଆସିବ I ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ପ୍ରତିଯୋଗିତା ମୂଳକ ଭାବନା ତିଆରି କରିଲେ ହିଁ ସେମାନଙ୍କ ଦକ୍ଷ୍ୟତା ବୃଦ୍ଧି ହେବ I ସମସ୍ତ ଶିକ୍ଷକ ନିଜର ଆକର୍ଷିତ ପୋଷାକ ଉପରେ ମଧ୍ୟ ଧାନ ଦେବାକୁ ଦରକାର ବୋଲି ପ୍ରଶାନ୍ତ ଦାସ କହିଥିଲେ I ଏହି ଅବସରରେ 4 ଟି ବ୍ଲକ ର 7 ଜଣ କ୍ରୀଡା ଶିକ୍ଷକ ଯଥା ଘନଶ୍ୟାମ ପ୍ରଧାନ ବୋରସିଙ୍ଗି, ଯୁଗଳ ସାମଲ କୁମ୍ପାପଡା, ସୁକାନ୍ତି ଦେବୀ ଜଗନ୍ନାଥ ପ୍ରସାଦ, ମୋହନ ପ୍ରଧାନ ତାରାସିଙ୍ଗି, ଶରତ ଚନ୍ଦ୍ର ଶତପଥୀ ଜିପି ସାଶନ, ସୁରେନ୍ଦ୍ର ବିଶ୍ୱାଳ ବେଣିପଲି, କୁଞ୍ଜ ବିହାରୀ ସ୍ୱାଇଁ ଡେଙ୍ଗା ପଦର ଙ୍କୁ ଉପଢୌକନ, ମାନ ପତ୍ର ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ଆଗାମୀ ଜୀବନ ସୁସ୍ଥ ରେ କାଟିବାକୁ କୁହାଯାଇଥିଲା I ଗୌଡ଼ ଗୋଠ କ୍ରୀଡା ଶିକ୍ଷକ ସୁନୀଲ କୁମାର ପାଢ଼ୀ, ଜିଲୁଣ୍ଡି ଶିକ୍ଷକ ସନାତନ ନାୟକ ମଞ୍ଚପରିଚାଳନା କରିଥିଲେ I ଏଥିରେ ଭଂଜନଗର, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ସୋରଡ଼ା ଏହି 4 ବ୍ଲକ ର ବିଭିର୍ଣ୍ଣ ବିଦ୍ୟାଳୟ ର 50 ରୁ ଉର୍ଦ୍ଧ୍ୱ କ୍ରୀଡା ଶିକ୍ଷକ ସମେତ ଜିଲ୍ଲା ର ବହୁ ପୂର୍ବତନ ଶିକ୍ଷକ ଯୋଗ ଦେଇଥିଲେ I ପ୍ରଦ୍ୟୁମ୍ନ ରାଉତ, ଦିନ ବନ୍ଧୁ ଗଉଡ଼ ସମେତ ବହୁ ଶିକ୍ଷକ ସହଯୋଗ କରିଥିଲେ