ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଭୟଙ୍କର ଦୁର୍ଘଟଣା। ରୋଗୀଙ୍କୁ ନେଇ ଯାଉଥିବା ସମୟରେ ୧୦୮ ଆମ୍ବୁଲାନ୍ସ ଉପରେ ଚଢ଼ିଗଲା ଟ୍ରକ୍। ଏଥିରେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ୧୦୮ ଆମ୍ବୁଲାନ୍ସ ରୋଗୀ ଓ ସମ୍ପର୍କୀୟଙ୍କୁ ନେଇ ରାଇରଙ୍ଗପୁର ଚିକିତ୍ସାଳୟରୁ ବାରିପଦା ପିଆରଏମ୍ ମେଡିକାଲ୍ ଯାଉଥିଲା। ଓଡି ୦୨ ବିଜେ ୯୭୩୯ ନମ୍ବର ବିଶିଷ୍ଟ ଆମ୍ବୁଲାନ୍ସଟି ଉପରେ ବାଙ୍ଗିରିପୋଷି ଘାଟିରେ ଟ୍ରକ୍ ଚଢ଼ି ଯାଇଛି। ଏଥିରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ସମ୍ପର୍କୀୟମାନଙ୍କୁ ବାରିପଦା ମେଡିକାଲ ସ୍ଥାନାନ୍ତର କରାଯାଇଛି।