ଚେନ୍ନାଇ: ଘରୋଇ ମାଟିରେ ଭାରତର ବିପର୍ଯ୍ୟୟ। ପ୍ରଥମ ଟେଷ୍ଟ ମ୍ୟାଚରେ ହାର ମାନିଲା ଇଣ୍ଡିଆ। ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ୨୨୭ ରନରେ ପରାଜୟ ବରଣ କରିଛି ଭାରତ। ଦ୍ବିତୀୟ ଇଂନିସରେ ଇଂଲଣ୍ଡ ୪୨୦ ରନ କରିଥିବା ବେଳେ ଏହାର ପିଛା କରି ୧୯୨ ରେ ସମସ୍ତ ୱିକେଟ ହରାଇଛି ଟିମ ଇଣ୍ଡିଆ। ଭ୍ରମଣକାରୀ ଦଳର ବୋଲର ଜୈକ ଲିଚ ସର୍ବାଧିକ ୪ ୱିକେଟ ନେବା ସହ ଭାରତକୁ ବିପର୍ଯ୍ୟୟ ଆଡକୁ ଅଗ୍ରସର କରିବାରେ ନିଭାଇଥିଲେ ପ୍ରମୁଖ ଭୂମିକା। ସେପଟେ ଦ୍ବିତୀୟ ପାଳିରେ ଅଧିନାୟକ କୋହଲି ସର୍ବାଧିକ ୭୨ ରନ କରିଥିବା ବେଲେ ସୁଭମନ ଗିଲ କରିଛନ୍ତି ୫୦ ରନ।