ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ପୁନଙ୍ଗ ମୁସଲିମ ବସ୍ତିରେ ଉତ୍ତେଜନା। ଘରେ ଦେହ ବ୍ୟବସାୟ କୁ କେନ୍ଦ୍ର କରି ବସ୍ତିବାସୀ ଙ୍କ ମଧ୍ୟରେ ଉତ୍ତେଜନା।ସୂଚନା ମୁତାବକ ପୁନଙ୍ଗ ମୁସଲିମ ବସ୍ତିରେ ରହୁଥିବା ଅବୁ ବକ୍କର ଶାହ ଙ୍କ ପତ୍ନୀ ମୁଶୋ ବିବି ଏବଂ ଝିଅ ଖୁଶୋ ଖାତୁନ ଦୀର୍ଘଦିନ ଧରି ଘରେ ରହି ବିଭିନ୍ନ ଅଞ୍ଚଳର ଯୁବକଙ୍କୁ ପ୍ରଲୋଭିତ କରି ଦେହ ବ୍ୟବସାୟରେ ଲିପ୍ତ ରହୁଥିଲେ। ସ୍ୱାମୀ ଅବୁ ବକ୍କର ଏବଂ ପୁଅ ଅଜଗର ଅଲ୍ଲୀ ଶାହ ଏହାକୁ ବିରୋଧ କରିବା ପରେ ମୁଶୋ ଏବଂ ଝିଅ ଖୁଶୋ ଉତକ୍ଷିପ୍ତ ହୋଇ ପୁଅ ଅଜଗର କୁ ଟାଙ୍ଗିଆ ରେ ହାଣିବା ସହ ସ୍ୱାମୀ ଅବୁ ବକ୍କର ଙ୍କୁ ଶ୍ବାସ ରୁଦ୍ଧ କରି ମାରିବାକୁ ଚେଷ୍ଟା କରିଥିଲେ। ତେବେ ଏ ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହେଉଛି। ତେବେ ଆଜି ପୂର୍ବଭଳି କଟକ ଅଞ୍ଚଳର ଜଣେ ଯୁବକ ଖୁଶୋ ଙ୍କ ସହ ଘରେ ରହିଥିବା ଦେଖି ବସ୍ତିବାସୀ ମାନେ ଦୃଢ଼ ବିରୋଧ କରିଥିଲେ। ଖବର ପାଇ ପିସିଆର ଯାଇ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକୁ ଧରି ଥାନାକୁ ଆଣିଛି। ତେବେ ଆଗାମୀ ଦିନରେ ଯଦି ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ବ୍ୟାପକ ଜନ ଅସନ୍ତୋଷକୁ ଏଡ଼ାଇ ଦିଆଯାଇ ନପାରେ ।