ଘରେ ଘରେ ଏବେ କରେଣ୍ଟକୁ ନେଇ ଚିନ୍ତା ., ବାରମ୍ବାର କରେଣ୍ଟ କଟି ଯାଉଥିବାର ବହୁ ଅସୁବିଧାରେ ଲୋକେଙ୍କୁ ସମ୍ମୁଖୀନ ହେବାକୁ ପଡୁଛି , ତାପରେ ବି ପ୍ରତେକ ମାସରେ ଲମ୍ବା ଚଉଡାରେ ଘରକୁ ଆସୁଥିବା ବିଦୁ୍ୟତ ବିଲ୍ । ବିଲରେ ଆସୁଥିବା ଟଙ୍କାକ ଦେଖି ହୋସ ବି ଉଡିଯାଉଛି । ଏହିଭଳି ସମସ୍ୟାକୁ ଦୃଷ୍ଟିରେ ରଖି ସମାଧାନ ପାଇଁ ୨୬ ବର୍ଷର ଯୁବକ ଏମିତି କିଛି କାମ କରି ଏବେ ପ୍ରଶଂସା ସାଉଠି ପାରିଛନ୍ତି । ନିଜ ଘର ଦେଖା ଦେଉଥିବା ବିଦୁ୍ୟତ୍ ସମସ୍ୟାର ସମାଧାନ ଖୋଜୁ ଖୋଜୁ ଏକ ନୂତନ ଆବିଷ୍କାର କଲେ ଯାହା ଗାଁର କୃଷକ ଠାରୁ ଆରମ୍ଭ କରି ସେନା କର୍ମଚାରୀ ପର୍ୟ୍ୟନ୍ତ ବ ଏହାର ଫାଇଦା ଉଠାଉଛନ୍ତି । ଆମେ କହୁଛୁ ରାଜସ୍ଥାନର ଡୁଗର ସିଂହ ସୋଡାଙ୍କ କଥା , ଯିଏ ତିଆରି କରିଛନ୍ତି ଦେଶର ସବୁଠାରୁ ଶସ୍ତା ପୋର୍ଟେବଲ୍ ୱିଣ୍ଡମିଲ । ଆକରରେ ଛୋଟ ଏବଂ ଦାମ କମ କାରଣରୁ ଏହି ୱିଣ୍ଡମିଲରୁ ଯିଏ ବି, ଯେଉଁଠିବି , କେତେବେଳେ ହିଁ ବିଦ୍ୟୁତ ଉତ୍ପାଦନ କରି ପାରିବେ ।
ଡୁଗର ସିଂହ ଯେତେବେଳେ ଛୋଟ ଥିଲେ , ସେତେବେଳେ ଗାଁରେ ଅଧିକ ସମୟ କରେଣ୍ଟ ଚାଲିଯାଉଥିଲା । ଆଉ ଯଦି ବର୍ଷା କି ତୋଫାନ ହେଲା ତାହେଲେ ବହୁତ ଦିନ ପଯ୍ୟାନ୍ତ କରେଣ୍ଟଆସି ନଥାଏ । ଏସବୁ ବିଷୟକୁ ନେଇ ସେ ଭାବୁଥିଲେ ଯେ କଣ କଲେ କରେଣ୍ଟ ଯିବା ପରେବି ଲୋକେ ଏ ସବୁ ସମସ୍ୟା ଆଉ ଦେଖା ଯିବ ନାହିଁ ।
ଡୁଙ୍ଗର ସିଂହ ପଢିବା ଓ ଚାକିରି ପାଇଁ ସୁରତ କୁ ଚାଲି ଆସି ରହିଥିଲେ ।ହେଲେ ସେ କେବେ ନିଜର ପିଲାଦିନର ସ୍ୱପ୍ନକୁ ଭୁଲି ନଥିଲେ । ସବୁବେଳେ ବିଦ୍ୟୁତ କେମିତି ହୁଏ ତା ବିଷୟରେ ଭାବିବା ସହ ପାଠ ମଧ୍ୟ ପଢୁଥିଲେ । ସୋଲାର ପ୍ୟାନେଲ ଏକ ଉପାୟ ଥିଲା ହେଲେ ଏଥିରେ ଅଧିକ ସମୟ ଓ ଖର୍ଚ୍ଚ ହେଉଥିଲା । ହେଲେ ସେ କିଛି ଏ,ମିତି କରୁବାକୁ ଚାହୁଥିଲେ ଯାହା ସହଜ ଓ ଶସ୍ତା ହେବ ।
ୱିଣ୍ଡମିଲ ତିଆରି କରିବାର ଆଇଡିଆ ଆସିଲା . ଯୁଗାଡ କରି ସେ ଏକ ୱିଣ୍ଡମିଲ ତିଆରି କରିଦେଲେ । ୱିଣ୍ଡମିଲ ତିଆରି କରିବା ପରେ ତାଙ୍କ ମନୋବଳ ଆହୁରି ଦୃଢ ହୋଇଗଲା । ପରେ ସେ ଏକ ସନଓାଇଡ ନାମକ ଏକ ଷ୍ଟାଅପ ତିଆରି କଲେ ।ଏବେ ଡୁଗର ସିଂହଙ୍କ ପ୍ରଡକ୍ଟ ର ଲାଇସେନ୍ସ ବି ମିଳିସାରିଛି , ଏବେ ଦେଶ ଓ ବିଦେଶରେ ପୋଟେବଲ ବିଡମିଲ କୁ ବିକ୍ରି କରୁଛନ୍ତିା ୫୦ ହଜାର ଠାରୁ କମ ଦାମର ଏହି କିଲୋବାଟ ର ପୋଟେବଲ ପବନ ଚକ୍କରି ପ୍ରତେକ ଦିନ ୨୦ ୟୁନିଟ୍ ବିଦୁ୍ୟତ ତିଆରି କରିପାରେ । ଯିଏ ଦୂରରେ ଚାଷ ବା ଫାର୍ମ ହାଉସ ଭଳି ଜାଗା ରହିଛି ସେମାନଙ୍କ ପାଇଁଏହା ବଡ ଉପଯୋଗୀ ଅଟେ , ଯଦି ଆପଣ ଲମ୍ବା ଚଉଡାରେ ଘରକୁ ଆସୁଥିବା ବିଦୁ୍ୟତ୍ ବିଲକୁ ଦେଖି ଚିନ୍ତାରେ ରହିଛନ୍ତି , ତେବେ ଏହି ଡୁଗରସିଂହଙ୍କର ଏହି ପ୍ରଡକ୍ଟ କୁ ବ୍ୟବହାର କରି ଆପଣଙ୍କ ଚିନ୍ତା ଓ କାମକୁ ସହଜ କରିପାରିବେ ।