ମଣ୍ଡିରୁ ଉଠୁନି ଧାନ ଯାହାକୁ ନେଇ ଅସନ୍ତୋଷ ଚାଷୀ l l ଏହାକୁ ନେଇ ତାତିଲେ ବରପାଲି କୁମ୍ଭାରି ଚାଷୀ l ମଣ୍ଡିରୁ ଧାନ ନ ଉଠିବାକୁ ନେଇ cso ଅଫିସ୍ ଘେରାଉ କରି ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଅଫିସ୍ ରେ କବାଟ ବନ୍ଦ କରି ଧାରଣା ରେ ବସିଥିଲେ l ପୋଲିସ ଓ ଅଧିକାରୀ ମାନେ ଚାଷୀଙ୍କୁ ବୁଝାସୁଝା କରିବା ପରେ ଧରାନରୁ ଉଠିବା ସହ କବାଟ ଖୋଲିବାକୁ ରାଜି ହୋଇଥିଲେ ଚାଷୀ l କିଛି ସମୟ ଧରି ଚାଷୀ ଓ ବରଗଡ଼ ତହସିଲଦାରଙ୍କ ମଧ୍ୟରେ କଥା କଟାକଟି ପରିସ୍ଥିତି ଦେଖିବାକୁ ମିଳିଥିଲା l ନଭେମ୍ବର 20 ତାରିଖ ରୁ ବରଗଡ ଜିଲ୍ଲାରେ ଖରିଫ ଋତୁ ଧାନ କିଣା ଵିକା ପ୍ରକ୍ରିୟା ଆରମ୍ଭ ହୋଇଛି l କିନ୍ତୁ ଏତେ ଦିନ ବିତିଯିବା ପରେ ମଧ୍ୟ ଧାନ କିଣା ଵିକା ଅବ୍ୟବସ୍ଥା ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି ଚାଷୀଙ୍କ କହିବା ଅନୁସାରେ କଟନି ଛଟନି ନକଲେ ଧାନ ଉଠୁନି l ଏବେ ବି ତାଙ୍କ ମଣ୍ଡିରେ ୪ ହଜାର ପ୍ୟାକେଟରୁ ଅଧିକ ଧାନ ପଡ଼ିରହିଛି l ତେଣୁ ଶୀଘ୍ର ଧାନ ଉଠାଇବାକୁ ଦାବି କରିଛନ୍ତି ଚାଷୀ l ଅନ୍ୟପଟେ ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି ଚାଷୀଙ୍କ ସହ ଆଲୋଚନା ଚାଲିଥିଲା ଆଉ ଏତିକି ବେଳେ ଚାଷୀ କଥା ନଶୁଣି ମତେ ୧ ଘଣ୍ଟା ଧରି ବନ୍ଦ ରଖିବା ସହ ଧାରଣା ଦେଇଥିଲେ l ଆଗକୁ ତାଙ୍କ ସମସ୍ୟା କାର୍ଯ୍ୟକାରୀ ହେବବୋଲି ବରଗଡ଼ ମୁଖ୍ୟ ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ କହିଛନ୍ତି l