ଦୁଇ ଦିନିଆ ନିଜ ମାଟି କେନ୍ଦୁଝର ଗ୍ରସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ .,. ପ୍ରôଥମ ଦିନରେ ସେ ଘଟଗାଁ ଯାଇ ମାଆ ସଂକଟହାରିଣୀ ମାଆ ତାରିଣୀଙ୍କୁ ଦର୍ଶନ କରିଥିଲେ । ମାଆଙ୍କ ଦର୍ଶନ ପରେ ମନ୍ଦିରର ଉନ୍ନତି ପାଇଁ ଆଉ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି ସିଏମ୍ . ଏହି ୫୦ କୋଟିରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ମନ୍ଦିରର ଉନ୍ନତି କାମରେ ଲାଗିବ । ଏହାସହ ତାରିଣୀ ପୀଠକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଘଟଗାଁ ହେଲିପ୍ୟାଡ୍ରେ ପହଞ୍ଚିବା ପରେ ସେଠୁ ବିଶାଳ ରୋଡ୍ ଶୋ’ରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ପରେ ନିଜେ ଭୋଗ କିଣି ମାଆଙ୍କ ପାଖରେ ଲାଗି କରିଥିଲେ।