ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପିର ଚାଣକ୍ୟ ଅମିତ ଶାହା ଗତକାଲି ରାତିରେ ଭୁବନେଶ୍ହର ବିମାନବନ୍ଦରରେ ପହଞ୍ଚôବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଦିଆଯାଇଥିଲା । ଦୁଇଟି ଏନଏଚ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ । ଏନଏଚ୍ ୫୩ରେ କାମାକ୍ଷାନଗର ଡୁବୁରିକୁ ୪ ଲେନ ବିଶିଷ୍ଟ ରାସ୍ତା ଓ କଳାହାଣ୍ଡି ମୋଟେର ଠାରୁ ବାନେର ପଯ୪୍ୟନ୍ତ ଭାୟା ଲଡୁଗାଁ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିବେ ଶାହା । ପ୍ରକଳ୍ପ ଉଦଘାଟନ ପରେ ରାଜ୍ୟ ସରକାରଙ୍କ ସହ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ସରକାରୀ କାର୍ୟ୍ୟକ୍ରମ ଜରିଆରେ ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ପହଞ୍ଚି କର୍ମୀଙ୍କୁ ସାକ୍ଷାତ କରିବା ପରେ ରୁଦ୍ଧଦ୍ବାର ବୈଠକ କରିବେ । ଆଗାମୀ ନିର୍ବାଚନ ନେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ରୀ ଦେବେ ଶାହ। ସେପଟେ ଶାହଙ୍କୁ ସ୍ବାଗତ ପାଇଁ ରାଜ୍ୟ କାର୍ୟ୍ୟାଳୟରେ ବ୍ୟାପକ ଆୟୋଜନ କରାଯାଇଛି । ବିଜେପି କାର୍ୟ୍ୟାଳୟରେ ନବନିଯୁକ୍ତ ବିଜେପି କାର୍ୟ୍ୟକର୍ତ୍ତାଙ୍କୁ ସାକ୍ଷାତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ।