କଣ ବିଜେଡିର ବିଧାୟକ ମାନେ ଏବେବି ପାଣ୍ଡିଆନଙ୍କ ନିଦେ୍ର୍ଦଶରେ କାମ କରୁଛନ୍ତି କି..? ରାଜନୀତିରୁ ସନ୍ୟାସ ପରେ ଏବେ ବି ବିଜେଡି ସହ ସମ୍ପର୍କରେ ଅଛନ୍ତି କି ପାଣ୍ଡିିଆନ ? କଣ ନବୀନଙ୍କ ବ୍ୟାକ୍ ଫୁଟରେ ଏବେବେ ଅଛନ୍ତି ପାଣ୍ଡିଆନ?
ବିଧାନ ସଭାରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ବୟାନ ପରେ ଏପରି କିଛି କଥା ଏବେ ଚର୍ଚ୍ଚାକୁ ଆସିଛି । ଗୃହରେ ଜୟ ନାରାୟଣ ମିଶ୍ର ଦେଇଛନ୍ତି ବିସ୍ଫୋରକ ବୟାନ: କହିଛନ୍ତି , ବିଜେଡି ବିଧାୟକ କହୁଛନ୍ତି ପାଣ୍ଡିଆନଙ୍କ ଇଙ୍ଗିତରେ ସେମାନେ ଗୃହକୁ ଅଚଳ କରୁଛନ୍ତି ।
ଗୃହ ଅଚଳକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ । ପଏଣ୍ଟ ଅଫ ଅର୍ଡର ନେଇ ଗୃହରେ ବିସ୍ଫୋରରଣ କଲେ ଜୟନାରାୟଣ କହିଲେ, ବିରୋଧୀ ଚାଷୀ ପ୍ରସଙ୍ଗରେ ମୁଲତବି ଆଣିଥିଲେ, ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ, କିନ୍ତୁ କଣ ପାଇଁ କାଲିଠାରୁ ଆଜି ପର୍ୟ୍ୟନ୍ତ ଗୃହକୁ ମୁଲତବି କରାଯାଇଛି ।
ଆହୁରି ମଧ୍ୟ ସେ କହିଛନ୍ତି ଲବିରେ କିଛି ବିଜେଡ଼ି ବିଧାୟକଙ୍କ ସହ ସେ ଆଲୋଚନା କରୁଥିଲେ । ସେମାନେ ତାଙ୍କୁ କହିଛନ୍ତି ଯେ ପାଣ୍ଡିଆନ କହିଲେ ବୋଲି ଆମେ ଏମିତି କଲୁ , ଅର୍ଥାତ୍ ପାଣ୍ଡିଆନଙ୍କ ଇଂଙ୍ଗତରେ ଗୃହକୁ ବିରୋଧ କରିଛନ୍ତି ବିଜେଡି ବିଧାୟକ ମାନେ । ତେବେ ବିଜେଡି ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରି ଜୟନାରାୟଣ ମିଶ୍ର କହିଛନ୍ତି ଏ ଗୃହକୁ କଣ ପାଣ୍ଡିଆନ ଚଳେଇବେ । ଦରି ବୁହା, ଟେଣ୍ଟ ବୁହା ଏଠିକି ଆସି ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ ଆଉ ଗୃହକୁ ବନ୍ଦ କରିଦିଆଯିବ । ଏଥିପାଇଁ ବିଜେଡ଼ି ସଦସ୍ୟ କ୍ଷମା ମାଗିବା ଦରକାର । ପାଣ୍ଡିଆନଙ୍କ ନମ୍ବର ୱାନ ଚମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି । ସେପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜୟନାରାୟଣ ମିଶ୍ରଙ୍କ ବୟାନ ପରେ ଚିହିଙ୍କି ଉଠିଥିଲେ । ସେ ଜୟନାରାୟଣଙ୍କ ବୟାନକୁ ମନଗଢା କାହାଣୀ କହିଛନ୍ତି । ଗୃହରେ ନଥବା ସଦ୍ୟସଙ୍କ ନାମ ଗୃହ ବିବରଣୀରୁ ବାଦ ଦିଆଯାଉ ବୋଲି ବାଚସ୍ପତିଙ୍କୁ ନିବେଦନ କରିଥିଲେ ପ୍ରମିଳା ମଲ୍ଲିକ ।
ତେବେ ବିଜେଡିର ସର୍ବେସର୍ବା ରହିଥିବା ପାଣ୍ଡିଆନ ୨୦୨୪ ନିର୍ବାଚନ ପରେ ରାଜନୀତିରୁ ସନ୍ୟାସ ନେଇଛନ୍ତି । ନିର୍ବାଚନ ପୂର୍ବରୁ ସେ ଦେଇଥିବା ମନ୍ତବ୍ୟ ଅନୁସାରେ ଯଦି ବିଜେଡି ହାରିବ ତେବେ ସେ ରାଜନୀତି ଛାଡିଦେବେ ବୋଲି କହିଥିଲେ ଆଉ ଫଳାଫଳ ଘୋଷଣା ପରେ ସେ ନିଜର କଥା ରଖିଥିଲେ । ପରେ ଦେଖିବାକୁ ମିଳିଥିଲା ବିଜେଡି ସୁପ୍ରିମୋ ନବୀନ ଦଳକୁ ପୁଣି ସୁଦୃଢ କରିବାକୁ ସବୁ ବୁଝୁଛନ୍ତି । କିନ୍ତୁ ସେ ଭିତରେ ବି ପାଣ୍ଡିଆନ ପୁଣି ବିଜେଡିକୁ ଫେରି ବ୍ୟକଫୁଟରେ ଦଳକୁ ପ୍ଲାନ ଦେଉଥିବା ଚର୍ଚ୍ଚା ହେଉଥିଲା । ଆଉ ଏବେ ଗୃହରେ ବିଜେପି ବିଧାୟକ ଜୟନାରାୟଶ ମିଶ୍ରଙ୍କ ବୟାନ ରାଜନିତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।