<h3>ଗୁପଚୁପ ଭଳିଆ ଚଟପଟା ଖାଦ୍ୟ ଖାଇବାକୁ କାହାକୁ ବା ଭଲ ନଲାଗେ । ଆଉ ଏହାର ଷ୍ଟଲ ସମସ୍ତ ଗୋଳିକନ୍ଦି, ସହରଠୁ ଆରମ୍ଭ କରି ରେଷ୍ଟୁରାଣ୍ଟ ଏବଂ ବିମାନମନ୍ଦରରେ ମଧ୍ୟ ଦେଖିବାକୁ ମିଳିଥାଏ । ଆପଣମାନେ ଦେଖିଥିବେ ଯେ, ଯେଉଁଠି ଗୁପଚୁପ ଷ୍ଟଲ ସେଇଠି ଗ୍ରାହକଙ୍କ ଭିଡ । ଗୁପଚୁପ ହେଉଛି ସମସ୍ତ ଷ୍ଟି୍ରଟ ସ୍ନାକ୍ସ ମାନଙ୍କ ମଧ୍ୟରୁ ସବୁଠୁ ଶସ୍ତା । ତେବେ ଏହାର ମୂଲ୍ୟ ସାଧାରଣତଃ ପ୍ରତି ପ୍ଲେଟକୁ ୨୦-୩୦ଟଙ୍କା ହୋଇଥାଏ । ହେଲେ ଆପଣ କେବେ ଭାବିଛନ୍ତି କି ଆପଣଙ୍କ ପ୍ରିୟ ସ୍ନାକ୍ସର ମୂଲ୍ୟ ପ୍ରତି ପ୍ଲେଟକୁ ୩୩୩ ଟଙ୍କା ହୋଇପାରେ । କଣ ଶୁଣି କି ଆଚମ୍ବିତ ହୋଇଗଲେ କି...ଆପଣ ବୋଧହୁଏ ବିଶ୍ୱାସ କରିପାରୁନଥିବେ...କଥାଟି କିନ୍ତୁ ପୁରା ସତ । ଆଞା ହଁ ଦର୍ଶକ ବନ୍ଧୁ ସୁଗାର କଷମେଟିକର ସହ ସମ୍ପାଦକ କୌଶିକ ମୂଖାର୍ଜୀ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଗୁପଚୁପର ମୂଲ୍ୟ ୩୩୩ ଟଙ୍କା ରହିଛି । ଆଉ ତାଙ୍କର ଏ ପୋଷ୍ଟ ଏବେ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି । ଯାହାର ପ୍ରତିକି୍ରୟାରେ କେତେକ ଲୋକ ଏହାକୁ ଗ୍ରହଣ କରିଥିବାବେଳେ ଅନ୍ୟ କେତେକ ଏହାକୁ ବିରୋଧ କରିଛନ୍ତି ।ଜଣେ ୟୁଜର ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି ଯେ, ଜଣେ ବ୍ୟକ୍ତି ବିମାନରେ ଯାତ୍ରା କରୁଛି ତା ମାନେ ଏଇଟା ନୁହଁ କି ତମେ ତାଙ୍କୁ ଲୁଟିବ କହିଥିବାବେଳେ ଆଉ ଜଣେ ୟୁଜର କହିଛନ୍ତ, କଣ...ଶେଷରେ ଏଇ ଶୁଖା ପୁରୀର ମୂଲ୍ୟ ବଢିଗଲା..ତ ଆଉ କେହି ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ, କଳା ମୂଲ୍ୟବାନ ହୋଇଥାଏ..ତେଣୁ ଏହାକୁ ଏକ ସଂଗ୍ରହାଳୟରେ ରଖିବା ଉଚିତ୍ ବୋଲି ଥଟ୍ଟା କରି ଲେଖିଥିଲେ ।</h3>