ଜାରପା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୫ ଜଣ ଆସାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବନ୍ଧୁଗାଁ ପୋଲିସ। ବନ୍ଧୁଗାଁ ଥାନା ଅଧିନସ୍ଥ ଜାରପା ଗ୍ରାମରେ ଗୁଣିଗାରେଡି କୁ ସନ୍ଦେହ କରି ଜଣକୁ ହତ୍ୟା କରି ଜାଳି ଦେବା ଘଟଣାରେ ମଙ୍ଗଳବାର ଦିନ କୋରାପୁଟ ଅତିରିକ୍ତ ଏସପି ମନୋବ୍ରତା ଶତପଥୀ ସାମ୍ବାଦିକ ସମ୍ମିଳନୀ କରି ଜାରପା ଗ୍ରାମର ଶିବ ମିଣ୍ୟାକାଙ୍କୁ ଜାରପା ଗ୍ରାମର ୫ ଜଣ ଲୋକେ ଯଥା ସାଙ୍ଗମା, କଂସାରୀ,ରୂପା,ଡୁମ୍ବୁରୀ ଓ ଜାଗିଲି ମିଣ୍ୟାକା ମିଶି ହତ୍ୟା କରି ଦଶ ମିଣ୍ୟାକା ଜୁଇରେ ମିଶାଇ ଜାଳି ଦେଇଥିଲେ। ଏହି ଘଟଣାକୁ ଭିତ୍ତି କରି ବନ୍ଧୁଗାଁ ଥାନାରେ ୧୧୨/୨୦୨୪ ରେ ଏକ ହତ୍ୟା ମାମଲାର ରୁଜୁ କରି ଭାରତୀୟ ପିଙ୍ଗଳ କୋଡ଼ ୧୦୩/୨୩୮/୫୯୫ ଧାରାରେ ମାମଲା ରୁଜୁ ଖଦ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ତଦନ୍ତ ଦାୟିତ୍ୱ ନେଇଥିବାରୁ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଜାରପା ପହଞ୍ଚି ହତ୍ୟା କରିଥିବା ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଉଥିବା ଅତିରିକ୍ତ ଏସପି ମନୋବ୍ରତା ଶତପଥୀ ସୂଚନା ଦେଇଛନ୍ତି।