କନ୍ଧମାଳ: ଆଦିବାସୀ ଅଧ୍ୟୁଷିତ ଅଂଚଳ ହେଉଛି କନ୍ଧମାଳ ଜିଲ୍ଲା । ଏଠାର ଲୋକମାନେ ଅନ୍ଧବିଶ୍ୱାସ । ଏବଂ ଗୁଣିଗାରେଡି କୁ ବହୁତ ଯଦି ବିଶ୍ୱାସ କରିଯାଆନ୍ତି । ଯାହାଦ୍ୱାରା ବିଭିନ୍ନ ସମୟ ରେ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାର ଦେଖିବାକୁ ମିଳିଥାଏ । ସେହିଭଳି ଗୁଣିଗାରେଡି କୁ କେନ୍ଦ୍ରକରି ଅଭାବନୀୟ ଘଟଣା ଘଟିଛି ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ପଞ୍ଚାୟତ ର ଡଙ୍ଗେରିକିଆ ଗାଁ ରେ । ଗୁଣିଗାରେଡି କୁ ସନ୍ଦେହ କରି କିଛି ଲୋକ ଗୋଟିଏ ପରିବାର ର ଘରକୁ ସମ୍ପୂର୍ଣ ପୋଡି ଦେଇଥିବା ବେଳେ । ଭୟରେ ପରିବାର ର ସମସ୍ତ ସଦସ୍ୟ ଆଠଦିନ ହେଲା ବାହାରେ ରହୁଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଡଙ୍ଗେରିକିଆ ଗାଁ ର ସଂଜୀବ କହଁର ନାମକ ଜଣେ ଆଦିବାସୀ ଯୁବକ ତାଙ୍କ ପରିବାର ସାଙ୍ଗରେ ରହି ଆସୁଥିଲେ । ଗାଁ ରେ ଥିବା ପୀତାବଲି ଦେବୀ ଙ୍କ ପୂଜକ ଭାବରେ କାମ କରୁଥିବା ସହ ପୂଜାପାଠ ମଧ୍ୟ୍ୟ କରୁଅସୁଥିଲେ ଓ ତେବେ ସମ୍ପୃକ୍ତ ଯୁବକ ଙ୍କ ପୂଜାପାଠ କୁ ଗ୍ରାମର କିଛି ଲୋକ ପସନ୍ଦ କରୁନଥିବା ବେଳେ ବାରମ୍ବର ତାଙ୍କୁ ଗୁଣିଗାରେଡି କରୁଛି କହି ସନ୍ଦେହ କରି ତାଙ୍କ ସାଙ୍ଗରେ ଗଣ୍ଡଗୋଳ କରି ଆସୁଥିଲେ ଓ ଯୁବକ ଜଣକ ଘରେ ନଥିବା ର ସୁଯୋଗ ନେଇ ସେହି ଗାର କିଛି ଲୋକ ଗୁଣିଗାରେଡି ସନ୍ଦେହ ରେ ତାଙ୍କ ଘରକୁ ନିଆଁ ଲଗାଇ ଦେଇଥିବା ବେଳେ ତାଙ୍କ ପରିବାର ର ସମସ୍ତଙ୍କୁ ଜୀବନରୁ ମାରିଦେବା ପାଇଁ ବିଭିନ୍ନ ମାରଣାସ୍ତ୍ର ଧରି ଗୋଡ଼ାଇ ଥିଲେ । ଏଥିରେ ଭୟଭୀତ ହୋଇ ସଂଜୀବ କହଁର ନିଜ ପରିବାର ସହ ଗାଁ ଛାଡି ଆଠ ଦିନ ହେବ ବାହାରେ ରହିଆସୁଛନ୍ତି । ଘଟଣା ର ଖବର ପାଇ ସଂଜୀବ କହଁର ଙ୍କ ପାଖରେ ପହଚିଥିଲା ନେସନାଲ ହ୍ୟୁମାନରାଇଟ୍ସ ଡିଫେଣ୍ଡର୍ସ ସଂସ୍ଥା । ଉକ୍ତ ସଂସ୍ଥା ଏହି ପରିବାର କୁ ନିଜ ପାଖରେ ଆଶ୍ରୟ ଦେବା ସହ ଥାନାରେ ଦ୍ୱାରସ୍ତ ହୋଇଛନ୍ତି । ସଂଜୀବ କହଁର ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଫିରିଙ୍ଗିଆ ପୋଲିସ ଘଟଣା କୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ପରିବାର କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏହି ନେସନାଲ ହ୍ୟୁମାନ ରାଇଟ୍ସ ସଂସ୍ଥା ର ଓଡିଶା ରାଜ୍ୟ ସଭାପତି ଆଶୁତୋଷ କୁମାର ସିଂ ଙ୍କ ସହ ରାଜ୍ୟ ମହିଳା ସଭାପତି ପ୍ରିୟମ୍ବଦା ନାଏକ, କନ୍ଧମାଳ ଜିଲ୍ଲା ପିଆର ରାଜକିଶୋର ବେହେରା ଏସପି, ଫିରିଙ୍ଗିଆ ତହସିଲଦାର ଓ ଫିରିଙ୍ଗିଆ ପୋଲିସ କୁ ଭେଟି ବା ସହ ଘଟଣା ସ୍ଥଳ କୁ ଯାଇ ପରିଦର୍ଶନ କରିଛନ୍ତି ।