ଅହମ୍ମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଆଜି କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ମଞ୍ଚ ଉପରେ ଚେତାଶୂନ୍ୟ ହୋଇପଡିବା ପରେ ତାଙ୍କୁ ୟୁଏନ୍ ମେହତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚକିତ୍ସା କରାଯିବା ସହ କୋଭିଡ ଟେଷ୍ଟ ମଧ୍ୟ ହୋଇଥିଲା। ତେବେ ଆଜି ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟଲ ପକ୍ଷରୁ ଜାରି କରାଯାଇଥିବା କୁହାଯାଇଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ପାଇଁ ତାଙ୍କୁ ଅବଜରଭେସନରେ ରଖାଯାଇଛି।