ଆମ ରାଜ୍ୟ ଓଡିଶା ଏକ କୃଷି ଭିତ୍ତିକ ରାଜ୍ୟ, ଏଠି କୃଷି କହିଲେ ମୁଖ୍ୟତଃ ଧାନ ଚାଷ କୁ ବୁଝାଏ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ଶିକ୍ଷକ ଗୁଆ ଚାଷ କରି ଏଠି ଲାଭବାନ ହୋଇପାରିଛନ୍ତି ,.ା ଆଉ ବର୍ଷକୁ ୫ ରୁ ୭ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି . ନିଜ ଜମିରେ ବିଭିନ୍ନ କିସମର ଗୁଆ ଚାଷ କରିଛନ୍ତି ଜଣେ ଅବସର ପ୍ରାପ୍ତ ଶିକ୍ଷକ, ସେ ହେଉଛନ୍ତି କାକଟପୁର ବ୍ଲକ ନାସିକେସ୍ୱର ପଞ୍ଚାୟତ ଅସୁରଖୋଳା ଗ୍ରାମର କେଦାର ମହାନ୍ତି, କୋଣାର୍କ ସରକାରୀ ବିଦ୍ୟାଳୟ ରୁ ପିଇଟି ଶିକ୍ଷକ ରୁ ଅବସର ନେବା ପରେ ନିଜ ଗ୍ରାମ ରେ ଖାଲି ପଡ଼ିଥିବା ଏକେରେ ଜମି ରେ ଆରମ୍ଭ କରିଥିଲେ ଗୁଆ ବଗିଚା, ଆଜିର ଜଣେ ସଫଳ ଗୁଆ ଚାଷୀ ହିସାବ ରେ ବେଶ ପ୍ରଶଂସିତ ହେଇଛନ୍ତି କାକଟପୁର ଅଞ୍ଚଳ ରେ
ଦିନକୁ ୪ ଘଣ୍ଟା ପରିଶ୍ରମ କରନ୍ତି ନିଜ ଗୁଆ ବଗିଚା ରେ, ଘାସ ବାଛିବା, ଖତ ଗୋବର ଦେବା, ପାଣି ମଡ଼େଇବା ଏହିଭଳି ଯତ୍ନ ନିଅନ୍ତି ଗୁଆ ବଗିଚା ରେ, ଅନେକ ପ୍ରଜାତିର ଗୁଆ ଅମଳ କରିବା ସହ ବିଭିନ୍ନ ବ୍ୟବସାୟ କେନ୍ଦ୍ର ରେ ନିଜ ଗୁଆ କୁ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଏହି ବୟସ୍କ ଅବସର ପ୍ରାପ୍ତ ଶିକ୍ଷକ, ନିଜ ପୁଅ ପଶ୍ଚିମବଙ୍ଗ ଦୁର୍ଗାପୁର ରେ ଚାକିରୀ କରିଥିଲେ, ନିଜ ବାପା ଙ୍କ ଏହି ପ୍ରୟାସ ଦେଖି ତାକୁ ଆହୁରି ଦିଗୁଣିତ କରିବା ପାଇଁ ନିଜ ଚାକିରୀ ଛାଡି ସେ ଗ୍ରାମରେ ଏହି ଗୁଆ ବଗିଚା ରେ ନିଜ ଶ୍ରମ ପ୍ରଦାନ କରୁଛନ୍ତି, ଯାହାକୁ ନେଇକି ଶାରୀରିକ ଓ ମାନସିକ ସ୍ତରରେ ସେ ଖୁସି ବୋଲି ମତପ୍ରକାଶ କରିଛନ୍ତି
ସାହା, ମଙ୍ଗଳା, ସୁ ମଙ୍ଗଳା, ଦାର୍ଜିଲିଂ, ଛିଟା, ଯାହାଜି, ମାଣିକଚାନ୍ଦ ଏହି ଭଳି ଅନେକ ପ୍ରଜାତି ର ଗୁଆ ଆଉ ଚାରା ପ୍ରସ୍ତୁତ କରିଛନ୍ତି, ଅନେକ ଚାଷୀ ସେମାନଙ୍କ ଠୁ ବିଭିନ୍ନ ଗୁଆ ଚାରା ମଧ୍ୟ କିଣନ୍ତି, ଯାହାକୁ ନେଇ ସମ୍ପୂର୍ଣ୍ଣ ପରିବାର ଯତ୍ନଶିଳ, ବର୍ତ୍ତମାନ ୭୦ ବର୍ଷ ବୟସ ରେ କେଦାର ଅନ୍ୟ ମାନଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି, ଆଉ ସବୁ ବର୍ଗ ର ଲୋକ ଏହିଭଳି ଭାବେ ଗୁଆ ଚାଷ କରି ଲାଭବାନ ହେବାପାଇଁ ପରାମର୍ଶ ମଧ୍ୟ କରିଛନ୍ତି, ଗୁଆ ବଗିଚା ର ସୁରକ୍ଷା ପାଇଁ ସିସିଟିଭି ର ବ୍ୟବସ୍ଥା ମଧ୍ୟ ଏହି ବଗିଚା ରେ କରାଯାଇଛି, ଯିଏ କେହି ବି ଏହି ଗୁଆ ବଗିଚା କୁ ଆସିବ ଏହି ପରିବେଶ ରୁ ବାହାରି ଯିବା ପାଇଁ ଇଛା କରିବନି, ପରିବେଶ କୁ ଥଣ୍ଡା ରଖିବା ସହ ସମସ୍ତ ଙ୍କୁ ଆକର୍ଷିତ କରୁଛି ଏହି ବଗିଚା