ବାଲେଶ୍ୱର ଓ ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟରେ ଗାଡି ଯାଞ୍ଚ ବେଳେ ମିଳିଲା ୧୫ କେଜି ସୁନା ..,.. ଯାହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଅଧିକ ହେବ ,.,. ନିର୍ବାଚନ ସମୟରେ ଗାଡି ଯାଞ୍ଚ କଡାକଡି ହୋଇଥିବା ବେଳେ ବାଲେଶ୍ୱର ରୁ ଆସିଛି ଏଭଳି ଖବର
ଲକ୍ଷ୍ମଣନାଥ୍ ଟୋଲ୍ ଗେଟ୍ରେ ଗାଡ଼ି ଯାଞ୍ଚ କରୁଥିଲା ଫ୍ଲାଇଂ ସ୍କ୍ୱାର୍ଡ। ପଶ୍ଚିବମଙ୍ଗରୁ ଓଡ଼ିଶାକୁ ଆସୁଥିଲା ସିକ୍ୟୁଏଲ୍ ଲଜିଷ୍ଟିକ ଟ୍ରାନ୍ସପୋର୍ଟ ନାଁର ଏକ ଗାଡ଼ିକୁ ଯାଞ୍ଚ କରିଥିଲା ଯାଞ୍ଚ ବେଳେ ପୂଳା ପୂଳା ସୁନା ବାହାରିଥିଲା। ଏନେଇ ଫ୍ଲାଇଂ ସ୍କ୍ୱାର୍ଡ ଗାଡ଼ିରେ ଥିବା କର୍ମଚାରୀଙ୍କୁ ପଚାରିଥିଲେ। ହେଲେ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ।
ସୁନା ଚାଲାଣ କରୁଥିବା ଅଭିଯୁକ୍ତଙ୍କ କଥାରେ ତାଳମେଳ ନରହିବାରୁ ଫ୍ଲାଇଂ ସ୍କ୍ୱାର୍ଡ ସମସ୍ତଙ୍କୁ ଧରି ଜଳେଶ୍ୱର ଥାନା ପୁଲିସ୍କୁ ହସ୍ତାନ୍ତର କରିଥିଲା। ପୁଲିସ ଗାଡ଼ି ଓ ସୁନାକୁ ଜବତ କରିଛି। ମାଜିଷ୍ଟ୍ରଟ୍ ଉପସ୍ଥିତିରେ ପୁଲିସ୍ ଜବତ ସୁନାକୁ ଓଜନ କରୁଛି। ଏହି ଘଟଣାର ତଦନ୍ତ ସିଟି ଆଣ୍ଡ ଜିଏସ୍ଟି ଟିମ୍ କରୁଥିବା ବେଳେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଏତେ ପରିମାଣରେ ସୁନା କିଏ ଓ କାହିଁକି ଆଣୁଥିଲା, ତାହା ଜଣାପଡ଼ି ନାହିଁ।
ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରିଥିଲେ। SSTକୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିଟିକୁ ଜଳେଶ୍ୱର ପୁଲିସକୁ ହସ୍ତାନ୍ତର କରିଥିଲେ।ପୋଲିସକୁ ହସ୍ତାନ୍ତର ପରେ ଥାନାରେ ପ୍ରାୟ ୬ ଘଣ୍ଟା ରୁ ଅଧିକ ସମୟ ଅଟକ ରହିଛି ।