ରାଜନଗର ବନଖଣ୍ଡ ଅଧିନରେ ଥିବା ସାମୁଦ୍ରିକ ଅଭୟାରଣ୍ୟ ଗହୀର ମଥାରେ ଅହରହ ପଇଁତରା ମାରୁଛି ବନବିଭାଗ। କୂଳ ଠାରୁ ୨୦ କିଲୋମିଟର ସମୁଦ୍ର ମଧ୍ୟରେ ମାରୁଛି ପଇଁତରା। ସମୁନ୍ଦ୍ର ଭିତରେ ମାଛ ମାଫିଆ ଙ୍କ ସହ କରୁଛି ଫାଇଟ। ନିଜ ଜୀବନକୁ ବାଜି ଲଗାଇ ଅଲିଭ ରିଡ଼ଲେ କଇଁଛ ଙ୍କୁ ଦେଉଛି ସୁରକ୍ଷା। ଧାମରା ମୁହାଣ ଠାରୁ ମହାନଦୀ ମୁହାଣ ଯାଏ ସବୁଆଡେ ବନ ବିଭାଗ ର କର୍ମଚାରୀ। କଡ଼ା ସୁରକ୍ଷା ଭିତରେ ଅଲିଭ ରିଡ଼ଲେ କଇଁଛ। ଏହିଭଳି ଦିନ ରାତି ଏକ କରି ଜଙ୍ଗଲ ଓ ବନ୍ୟ ଯିବଜନ୍ତୁଙ୍କୁ ସୁରକ୍ଷା ଦେଉଛି ରାଜନଗର ବନ ବିଭାଗ। କିନ୍ତୁ ବନ ବିଭାଗ ର ଏଭଳି କଠିନ ପରିଶ୍ରମକୁ ଅଣଦେଖା କରୁଛନ୍ତି କିଛି ନିର୍ଦ୍ଧିଷ୍ଟ ଗଣ ମାଧ୍ୟମ। ଅଲିଭ ରିଡ଼ଲେ କଇଁଛଙ୍କୁ ସୁରକ୍ଷା ଦେଇପାରୁନି କହି ବନ ବିଭଗକୁ କରୁଛନ୍ତି ବଦନାମ।
ସୂଚନା ଯୋଗ୍ୟ ସାତଭାୟା ସମୁଦ୍ର କୂଳରେ ମରିପଡ଼ିଥିବା ଅଲିଭ ରିଡ଼ଲେ କଇଁଛ ଘଟଣା କିଛି ଗଣମାଧ୍ୟରେ ପ୍ରକାଶ ପାଇବା ପରେ ଅଲିଭରିଡ଼ଲେ କଇଁଛଙ୍କ ସୁରକ୍ଷାକୁ ନେଇ ବନ ବିଭାଗ ଉପରେ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଥିଲା। ଯାହାର ଜବାବରେ ରାଜନଗର ବନ ବିଭାଗର ସହକାରୀ ବନ ସଂରକ୍ଷକ ତଥା କନିକା ରେଞ୍ଜର ମାନସ କୁମାର ଦାସ କହିଛନ୍ତି ରେକର୍ଡ ଅନୁଯାଇ, କଇଁଛ ମରିବାର ଅନେକ କାରଣ ରହିଛି। ତାହା ମଧ୍ୟରୁ ଜଳବାୟୁ ପରିବର୍ତ୍ତନ, ଟ୍ରଲର ମାଡ଼ ଓ ଅନ୍ୟାନ୍ୟ ରୋଗ ପାଇଁ ମଧ୍ୟ କଇଁଛ ମରେ। ତେଣୁ ଏହାକୁ ବନ ବିଭଗ ଅଟକାଇବା ଅସମ୍ଭବ। କିନ୍ତୁ ଟ୍ରଲର ମାନଙ୍କ ଦ୍ବାରା ଯେଉଁ କଇଁଛ ମାନଙ୍କ ମୃତ୍ୟୁ ହେଉଛି ତାହର ପରିମାଣ ବନ ବିଭାଗ ହ୍ରାସ କରି ପାରିବ ଏଵଂ ଏହା ମଧ୍ୟ ବନ ବିଭାଗ କରୁଛି। ଏଥିପାଇଁ ସଂପୂର୍ଣ୍ଣ ଗହୀରମଥା ର ସୁରକ୍ଷା ପାଇଁ ତିନୋଟି ଟିମ କରା ଯାଇଛି। ଗୋଟିଏ ଟିମ୍ ବାବୁବାଲି ରେ ସୁରକ୍ଷା ଦେଉଥିବା ବେଳେ ଅନ୍ୟ ଦୁଇଟି ଶାସନ ପେଟା ଏଵଂ ମାଦେଳି ଠାରେ ସୁରକ୍ଷା ଦେଉଛନ୍ତି। କିନ୍ତୁ ବନ ବିଭାଗ ର ଏଭଳି ପ୍ରଗାଡ ପରିଶ୍ରମ କୁ ଅଣଦେଖା କରି ନିର୍ଦ୍ଧିଷ୍ଟ ଗଣ ମଧ୍ୟମ ବନ ବିଭାଗ କୁ ବଦନାମ କରୁଛନ୍ତି ।