କୁହାଯାଏ ଜଣେ ଶିକ୍ଷକ ଉପରେ ପିଲାର ଭବିଷ୍ୟତ ଗଢିବାର ଦାୟିତ୍ୱ ଥାଏ । ସେମାନଙ୍କୁ ଭଲ ଶିକ୍ଷା ଦେଇ ଆଗାମୀ ଦିନରେ ଭଲ ମଣିଷ କରିବା ଭବିଷ୍ୟତ କୁ ସରସ ସୁନ୍ଦର ଭାବେ ଗଢି ତୋଳିବା ଜଣେ ଶିକ୍ଷକଙ୍କ ହାତରେ ରହିଥାଏ । ହେଲେ ଏମିତି ଜଣେ ଶିକ୍ଷୟତ୍ରୀ ଅଛନ୍ତି ପିଲାଙ୍କୁ ପାଠ ପଢାବାତ ଦୁରର କଥା ପିଲାଙ୍କ ହାତରେ ବହି ବଦଳରେ ଧରାଇ ଦେଇଛନ୍ତି ବିଞ୍ଚଣା ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ୍ୟ ହେବେ ଯେ ପିଲାଙ୍କ ଭବିଷ୍ୟତ୍ ଏବେ କାହା ହାତରେ ରହିଛି । ଶିକ୍ଷୟତ୍ରୀ ଯଦି ଏମିତି ଆଉ ଶିକ୍ଷା କେମିତି ଥିବ ?
ତେବେ ଭିଡିଓ ରେ ଦେଖିବାକୁ ମିଳୁଛି , ଯେ ସ୍କୁଲରେ ପିଲା ପାଠ ନ ପଢି ଶିକ୍ଷୟତ୍ରୀଙ୍କୁ ବିଚଣାରେ ବିନଂଚୁଛନ୍ତି । ଆଉ ଶିକ୍ଷୟତ୍ରୀ ଜଣକ କ୍ଲାସରୁମରେ ହିଁ ଶୋଇପଡିଛନ୍ତି ଆଉ ଗରମ ସହିନପାରି ଏହି କୋମଳମତି ପିଲାଙ୍କୁ ବିନଂଚିବା ପାଇଁ କହିଛନ୍ତି ।
ଛୋଟଛୋଟ ପିଲା ମାନେ ବି ଶିକ୍ଷୟତ୍ରୀଙ୍କ କଥା ମାନି ବିଞ୍ଚିବାରେ ଲାଗିଛନ୍ତି । ଭିଡିଓ ରେ ଦେଖିବାକୁ ମିଳୁଛି ଯେ ଶିକ୍ଷୟତ୍ରୀ ଜଣକ ଏମିତି ଶୋଇଛନ୍ତି ଯେ ସ୍କୁଲରେ ନୁହେଁ ଯେମିତି ତାଙ୍କ ନିଜ ଘରେ ଶୋଇଛନ୍ତି । ତେବେ ଏହି ଭିଡିଓ ଟି ହେଉଛି ଉତ୍ତରପ୍ରଦେଶ ଅଲ୍ଲିଗଡର ଧନୀପୁର ବାଳିକା ପ୍ରଥାମିକ ବିଦ୍ୟାଳୟର । ଏହି ଭିଡିଓ ଟିକୁ ଭିସୁରାଘବନାଇନ ନିଜ ସୋସିଆଲ ମିଡିଆ ଏକ୍ସରେ ଶେୟାର କରିଛନ୍ତି ।