ସେ ସାଲେପୁର ଓ ମାହାଙ୍ଗା ମାଟିର ମୌଡ଼ମଣି। ସେ ମୁକୁଟ ବିହୀନ ଗୀତିନାଟ୍ୟ ସମ୍ରାଟଗଣ ହୃଦୟର ଗଣକବି ବୈଷ୍ଣବ ପାଣି l ଶହେବର୍ଷ ତଳେ ଲୋକେ ରାତି ରାତି ଅନିଦ୍ରା ହେଇ ଯାହାଙ୍କ ନାଟକ ଦେଖୁଥିଲେ l ଆଜିବି ତାଙ୍କ ନାଟକକୁ ନେଇ ସେଇକ୍ରେଜ। ତେବେ ବିଗତ ୨ ବର୍ଷ ହେଵ କରୋନା ପାଇଁ ନାଟକ ବନ୍ଦ, ଶ୍ରଦ୍ଧାଞ୍ଜଳିରେ ଅଟକି ରହିଛି ଉତ୍ସବ l ମନେ ପଡୁଛି ତାଙ୍କ ଗୀତିନାଟ୍ୟକୁ ନେଇ ସେଇ ଉନ୍ମାଦନା l ସେଇ ଚମତ୍କାରୀତା l କଟକ ଜିଲ୍ଲା ମାହାଙ୍ଗା ଥାନାର ଏକ ଅଖ୍ୟାତ ପଲ୍ଲୀ ଗାଁ’ କୋଠପଦାକୁ ଓଡ଼ିଆ ନାଟ୍ୟ କଳାର ତୀର୍ଥଭୂମିରେ ପରିଣତ କରିଥିବା ଯାତ୍ରାବାଲା ଆଉ କେହି ନୁହଁନ୍ତି, ସେ ହେଉଛନ୍ତି କ୍ରାନ୍ତିଦ୍ରଷ୍ଟା ସାରସ୍ୱତ ସାଧକ ଗଣକବି ବୈଷ୍ଣବ ପାଣି।ତେବେ ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ। ତାଙ୍କର ପଞ୍ଚମ ଶ୍ରେଣୀରୁ ଅଟକି ଯାଇଥିଲା ସ୍କୁଲ ଶିକ୍ଷା l ରଘୁନାଥ ଜୀୟୁ ମଠରେ ଗାଈ ଜଗୁଆଳି ଭାବରେ ମିଳିଗଲା ନିଯୁକ୍ତି l ତା’ ସହିତ ଠାକୁରଙ୍କ ପାଇଁ ଫୁଲତୋଳା ଓ ଫୁଲଗୁନ୍ଥା କାମ l କୋଠପଦା ମାଇନର ସ୍କୁଲରେ ରୋଷେଇୟା ଦାୟୀତ୍ୱ ମଧ୍ୟ ମିଳିଗଲା ବୈଷ୍ଣବଙ୍କୁ l ଏସବୁ ଭିତରେ ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ କୋଠପଦାରେ ଗୋଟିପୁଅ ନୃତ୍ୟ କରିବାର ସୁଯୋଗ ପାଇଲେ କିଶୋର ବୈଷ୍ଣବ l ଯାତ୍ରା ଓସ୍ତାଦୀ, ପାଲା ଗାୟକ, ଶହଶହ ଗୀତିନାଟ୍ୟର ସଫଳ ସ୍ରଷ୍ଟା l 1903 ମସିହାରେ ସେ ସୃଷ୍ଟି କଲେ ପ୍ରଥମ ଗୀତିନାଟ୍ୟ ମେଘନାଦ ବଧ l କେତେବେଳେ ଅଭିନେତା,କେବେ ନିର୍ଦ୍ଦେଶକ, କେବେ ଗାୟକ ଆଉ କେବେ ବାୟକ l କୋଠପଦା ରଘୁନାଥ ଜୀୟୁ ମଠରୁ ବୈଷ୍ଣବ ପାଣିଙ୍କ ସୃଜନ ଜୀବନର ଆଦ୍ୟ ଓଁକାର ଦିଗ ଦିଗନ୍ତକୁ ଛୁଇଁ ପାରିଥିଲା l ଏବର୍ଷ ସବୁ ଓଲଟ ପଲଟ କରିଦେଇଛି କରୋନା l ଆଖଡ଼ା ଘରେ ବହିପୂଜା ବଂଦ l ରିହଲସଲ ମନା l ମୁହଁରେ ରଙ୍ଗବୋଳି ମଞ୍ଚରେ ଅଭିନୟ କରିବାର ସମ୍ଭାବନା ପୁରା ହାତଛଡା l ଗୀତିନାଟ୍ୟ ଦେଖିବାର ସୁଯୋଗବି ନାହିଁ l ସବୁଠି କାରୁଣ୍ୟର ଛିଟା l ଇଏ ରଙ୍ଗ ମଞ୍ଚ ନୁହେଁ l ଚାଷୀର କ୍ଷେତ l ଲହୁ ଲୁହକୁ ଏକାକାର କରି ଜମିରୁ ଫସଲ ଅମଳ ପାଇଁ ସଂଘର୍ଷ କରୁଥିବା ତେଲ ଲୁଣ ଦୁନିଆଁର ସାଧାରଣ ମଣିଷଟିଏବି କଳାକାର l ସିଏ ବାଣାସୁର, ଜଳନ୍ଧର, ତାରକାସୁର, ଏମିତି ପୌରାଣିକ, କାଳ୍ପନିକ, ନତୁବା ଐତିହାସିକ ନାଟକର ରାଜା, ମନ୍ତ୍ରୀ ନାଇଁତ ସେନାପତି l ଏହାରି ଭିତରେ ଆସନ୍ତୁ ଭେଟିବା ଦୀର୍ଘ 60 ବର୍ଷ ଧରି ବୈଷ୍ଣବ ପାଣିଙ୍କ ଯାତ୍ରାର ଆଉଜଣେ କଳାକାରଙ୍କୁ l ଯିଏ ପୁରୁଷ ହୋଇ ମଧ୍ୟ କେବଳ ନରୀ ଭୂମିକାରେ ହିଁ’ ଅଭିନୟ କରନ୍ତି l ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ବିମୋହିତ କରେ l କୋଠପଦା ଗାଁ’ର ସେଇ କଳାକାର ରତ୍ନାକର ଓଝାଙ୍କୁ ଭେଟିବା ତାଙ୍କ କମାରଶାଳରେ l ବୈଷ୍ଣବ ପାଣିଙ୍କ ନାଟକର ଏହାହିଁ ସବୁଠାରୁ ବଡ଼ ସଫଳତା l ଏଠି ସମସ୍ତେ କଳାକୁ ହୃଦୟ ଦେଇ ଭଲପାଆନ୍ତି l ଜୀବନର ଜଳ ଛବିରେ ମାଟିରୁ ଆକାଶକୁ ଜଡେଇ ଧରନ୍ତି l ଯେଉଁ କାଳଜୟୀ ସ୍ରଷ୍ଟା 1882 କୁମାର ପୂର୍ଣ୍ଣିମାରେ ଜନ୍ମହୋଇ 1956 ବୈଶାଖ ଅମାବାସ୍ୟାରେ ଚିରନିଦ୍ରାରେ ଶୋଇଗଲେ l ସେଇ ମହାନ ସାଧକ ଏ ଜାତିକୁ ଦେଇଯାଇଛନ୍ତି ଅଜସ୍ର ଗୌରବଜ୍ୱଳ ସାରସ୍ୱତ ସଂଭାର l ତା’ଙ୍କ ନିର୍ଦ୍ଦେଶିତଯାତ୍ରା, ତା’ଙ୍କ ବିରଚିତ ଗୀତିନାଟ୍ୟ, ତା’ଙ୍କ ନାଟକ, ତା’ଙ୍କ ଭଜନ, ଜଣାଣ, ଛାନ୍ଦ, ଚମ୍ପୁ, ଆତ୍ମଜୀବନୀ ଓ କାହାଣୀ, ସବୁ ଯେମିତି ଓଡ଼ିଆ ବାଣୀ ଭଣ୍ଡାର ପାଇଁ ମହାର୍ଘ୍ୟ ସମ୍ପତ୍ତି l ପାଣିସାହିତ୍ୟକୁ ନେଇ ଅନେକ ଗବେଷଣା ହୋଇଛି l ଶହେ ବର୍ଷ ତଳୁ ଅଭିନୀତ ତା’ଙ୍କ ନାଟକର କ୍ରେଜ ଆଜିବି ଲୋକପ୍ରିୟତା ବଜାୟ ରଖିଛି l ତେବେ ଦୁଃଖ ଦୁର୍ଦ୍ଦିନ ଭିତରେ ଜୀବନ ବିତେଇଥିବା ଆମ ମାଟିର ଏହି ଯଶସ୍ବୀ ସ୍ରଷ୍ଟାଙ୍କୁ ତାଙ୍କ ଜନ୍ମମାଟି ଆଜିବି ଝୁରୁଛି, ପୂଜ୍ୟ ପୂଜା ଜାରିରଖିଛି l ଆଜି ତାଙ୍କ ଜନ୍ମ ମାଟି କୋଠପଦା ଠାରେ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଆଇନ ଓ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅନ୍ୟତମ ଅତିଥିଭବେ ସାମ୍ବାଦିକ ଆଖିଳେଶ ମହାନ୍ତି ଯୋଗଦେଇ ତାଙ୍କର ପୁର୍ନବୟବ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସେହିପରି ଆଜି ସନ୍ଧ୍ୟା ରେ ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ଗଣକବିଙ୍କ ଜୟନ୍ତୀ ପାଳନ କରାଯିବ ଆୟୋଜନ କରାଯାଇଛି।