ବରଗଡ଼ ଟାଉନ ପୋଲିସ୍ ଦ୍ୱାରା ଏକ କ୍ଵିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ ୪ ଜଣ ଗିରଫ୍ | ଜବତ ହୋଇଥିବା ଗଞେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ବୋଲି ଜଣା ପଡ଼ିଛି ।କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ଜିଲ୍ଲା ରୁ ରାୟପୁରକୁ ଗୋଟିଏ ମାକ୍ସପିକପ୍ ଓ ଗୋଟିଏ ବଲେରୋ ଦ୍ଵାରା ଗଞ୍ଜାଇ ଚାଲାଣ ବେଳେ ହଳଦୀପାଲି ଛକରେ ପୋଲିସ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ସେମାନଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାର ସଂଜିତ ଖଟୁଆ,ବିଶିଷ୍ଟ ପ୍ରଧାନ ଓ ସୁଦାମ ବାଗ ହୋଇ ଥିବା ବେଳେ ଦୀପକ୍ ଦୋରା ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳର ବୋଲି ଜଣା ପଡ଼ିଛି । ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗଞ୍ଜେଇ ସହ ବ୍ୟବହାର ହୋଇଥିବା ୨ଟି ଗାଡ଼ି ଓ ୪ ଜଣ ଅଭିଯୁକ୍ତଙ୍କୁ ଗିରଙ୍କ କରି କୋଟ ଚାଲାଣ କରାଯାଇଛି।