ପିପିଲି .ଭାଇଚାରାର ସହର ପିପିଲି । ଇତିହାସରେ ୪ର୍ଥ ଥର ପାଇଁ ପୁଣି ଯୋଡି ହୋଇଛି ଏହି ନୁଆ ପରମ୍ପରା । ୨୦୧୮ ମସିହା ରୁ ଆରମ୍ଭ ହୋଇଥିବା ସମୁହ ଭସାଣିକୁ ପରମ୍ପରା ଭାବେ ସମସ୍ତ ପୂଜା ମଣ୍ଡପ ପାଳନ କରିଛନ୍ତି । ତେବେ ଏ ବର୍ଷ ଅନୁରୁପ ଭାବେ ୧୫ଟି ପୂଜା ମଣ୍ଡପ ଏକା ସାଙ୍ଗରେ ଗଣେଷ ଭସାଣିରେ ସାମିଲି ହୋଇଛନ୍ତି । ସୋମବାର ସଂନ୍ଧ୍ୟାରେ ଗଣପତି ବାବାଙ୍କୁ ନିଜ ନିଜ ଆସ୍ଥାନରୁ ଚକାଛାଡ କରି ଏକ ବିରାଟ ପଟୁଆରରେ ବଜାର ପରିକ୍ରମା କରାଯାଇଛି ।
ପିପିଲି ବଜାର ବ୍ୟବସାୟ ସଂଘ ନେତୃତ୍ୱରେ ମଢିଆଳି ସାହିର ମହାରାଜା କ୍ଳବ , ପିପିଲି ବଜାର ବ୍ୟବସାୟୀ ସଂଘ ,ଦରଜି ସାହିର ମା ଦୁଲ୍ଲାଦେଇ କ୍ଲବ , ପିପିଲି ହାଟଛକର ରୟାଲ କ୍ଳବ, ଦରଡା ଗ୍ରାମର ବାଜିରାଉତ କ୍ଳବ ସମେତ ୧୫ ଟି କ୍ଳବରେ ପୂଜା ପାଉଥିବା ଗଜାନନ ଙ୍କ ଏଥିରେ ସାମିଲ ହୋଇ ପିପିଲି ବଜାର ପିପିଲି ପେଟ୍ରୋଲ ପମ୍ପ ଠାରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରିଥିଲେ । ଚାନ୍ଦୁଆନଗରୀ ପିପିଲି ବଜାରରେ ଏହି ବିରାଟ ଭସାଣି ଯାତ୍ରା ପରିକ୍ରମା କରିଥିବା ବେଳେ ଘୋଡା ନୃତ୍ୟ , ସମରକଳା , ଘଣ୍ଟମାଦଳ, କେଳା ନୃତ୍ୟ, ବୀରବାଦ୍ୟ ସାଙ୍ଗକୁ ନାଗା ନୃତ୍ୟ, ଘଂଟ ଘଂଟା ଢୋଲ ବାଦ୍ୟରେ ପିପିଲି ବଜାର ପ୍ରକଂପିତ ହୋଇଥିଲା ।
ସୁସଜିତ ଅତ୍ୟାଧୁନିକ ମେଢ ସାଙ୍ଗକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଏହି ପାମ୍ପାରିକ ମହା ଭସାଣିକୁ ଉପଭୋଗ କରିଥିଲେ । ଗଜାନନଙ୍କ ଏହି ଆକର୍ଶଣୀୟ ତୋରଣରେ ଯୁବ ଗୋଷ୍ଠୀଙ୍କ ନାଚରେ ପିପିଲି ଝୁମିଥିଲା । ସେପଟେ ପିପିଲି ବ୍ୟବସାୟ ସଂଘ ପକ୍ଷରୁ ସୃଙ୍ଖଳିତ ଭସାଣି ଯାତ୍ରା କୁ ତିକ୍ଷ୍ନ ନଜର ରଖାଯାଇଥିଲା । ସୁନ୍ଦର ସାଜସଜା, ସୃଙ୍ଖଳିତ ଭସାଣି ଯାତ୍ରା କୁ ପ୍ରତିଯୋଗିତା ଭାବେ ୫ଜଣ ଅଭିଜ୍ଞ ବିଚାରପତି ପ୍ରମୁଖ ଭସାଣି ଯାତ୍ରା ଉପରେ ନଜର ରଖି ଚୟନ ପକ୍ରିୟା କରିଥିଲେ । ରାତି ସାଢେ ୧୧ଟାରେ ଏହି ଭସାଣି ଯାତ୍ରା ଶେଷ ହୋଇଥିଲା ବେଳେ ଆଇନସୃଙ୍ଖଳା ପରିସ୍ଥିତି ଉପରେ ପିପିଲି ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ପିପିଲି ବଜାର ବ୍ୟବସାୟ ସଂଘର ସଭାପତି ରାକେଶ କୁମାର ମହାପାତ୍ର, ସଂପାଦକ ପ୍ରବୀର ହାଲଦାରଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଆଇନ ସୃଙ୍ଖଳା ଓ ଟ୍ରାଫିକ ନିୟତ୍ରଣ ଉପରେ କଡା ନଜର ରଖାଯାଇଥିଲା । ଏଭଳି ସମୁହ ଭସାଣି ପିପିଲି ଅଞ୍ଚଳରେ ପାରମ୍ପାରିକ ଭାବେ ଚତୁର୍ଥ ଥର ଭାବେ ଶାନ୍ତି ସୃଙ୍ଖଳାର ସହ ସମାପନ ହେଉଥିବାରୁ ପିପିଲି ବଜାର ବ୍ୟବସାୟୀ ସଂଘ ଓ ସମସ୍ତ ପୂଜା କମିଟି ତରଫରୁ ପିପିଲି ଥାନା ଅଧିକାରୀ ଙ୍କୁ ଧନ୍ୟବାଦ ଦିଆଯାଇଛି ।