ଗଜପତି: ଓଡ଼ିଶା ସ୍କୁଲରେ ଆନ୍ଧ୍ରର ଦାଦାଗିରି । । ଗଜପତି ଜିଲ୍ଲାର କାଶୀନଗରରେ ସ୍କୁଲ ଖୋଲିଛି ଆନ୍ଧ୍ର । ଜିଲ୍ଲାର କାଶୀନଗର ବ୍ଲକ ହାଡ଼ଭାଙ୍ଗି ପଂଚାୟତରେ ଏକ ବେସରକାରୀ ଜମିରେ ବିଦ୍ୟାଳୟ ଆରମ୍ଭ ହୋଇଛି । କାଶୀନଗର ତହସିଲ ଅନ୍ତର୍ଗତ ହାଡୁଭାଙ୍ଗି ସର୍କଲ ଅଞ୍ଚଳରେ ରହିଥିବା ଆନ୍ଧ୍ର ସରକାରଙ୍କ ମଣ୍ଡଳ ପରିଷଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ କତ୍ତୁରୁ ମଣ୍ଡଳ ତହସିଲଦାର ପି ବାଳା । ସ୍କୁଲ କତ୍ତୃପକ୍ଷ ଓ ଅଭିଭାବକ ମାନଙ୍କ ସହ କଥା ହେବା ସହ ଏହି ସ୍ଥାନର କୈାଣସି ବିବାଦ ନାହିଁ ବୋଲି ସେ କହିଛନ୍ତି । ୧୯୫୩ ମସିହାରେ ରେଜିଷ୍ଟ୍ରେସନ ଓ ୧୯୫୫ରେ ଏହି ସ୍କୁଲ ନିର୍ମାଣ ହୋଇଥିବା ଦସ୍ତାବିଜ ତାଙ୍କ ପାଖରେ ଥିବା ସେ କହିଛନ୍ତି । ସେପଟେ ସେ ଅଭିଯୋଗ କରିଛନ୍ତି, ଓଡିଶା ପ୍ରଶାସନ କୈାଣସି ନିର୍ଦ୍ଦେଶ ନଥାଇ ସ୍କୁଲକୁ ପ୍ରବେଶ କରିବା ଠିକ ନୁହେଁ । ଗତକାଲି ସନ୍ଧ୍ୟାରେ ଏହି ସ୍କୁଲକୁ କାଶୀନଗର ତହସିଲଦାର ପହଞ୍ଚି ଏଠାରେ ଆନ୍ଧ୍ର ନିର୍ବାଚନ ପାଇଁ ଲିଖିତ ଥିବା ଅକ୍ଷର ଗୁଡ଼ିକୁ ଚୁନ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି କୋଟିଆର ବିକାଶ ପାଇଁ ୧୫ ସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାଇ ରଖିବାକୁ କହିଥିଲେ । ଏବେ ମାମଲା ସୁପ୍ରିମକୋଟରେ ଥିବାରୁ କୋଟିଆ ପ୍ରସଙ୍ଗରେ ଓଡ଼ିଶାର ବିଜୟ ହେବ ବୋଲି ସେ ଦମ୍ଭକ୍ତି କରିଛନ୍ତି ।