ଏନ୍ଏନ୍ଏସ ଓଡିଆ, ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ୪ଟି ଗେଟ୍ । ଏବେ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ପ୍ରଥମେ ଗତ ୨୩ ତାରିଖ ଦିନ ୫ଟି ଗେଟ୍ ଖୋଲିଥିବା ବେଳେ ଗତକାଲି ୩ଟି ଗେଟ୍ ଖୋଲା ଯାଇଥିଲା । ଆଜି ଆହୁରି ୪ଟି ଗେଟ୍ ଖୋଲିଛି । ବର୍ତ୍ତମାନ ସୁଦ୍ଧା ହୀରାକୁଦର ଜଳସ୍ତର ୬୧୩.୦୪ ଫୁଟ ରହିଛି । ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ସେକେଣ୍ଡ ପ୍ରତି ୧ଲକ୍ଷ ୫୦ ହଜାର ୭୯୯ କୁ୍ୟସେକ୍ ଜଳ ପ୍ରବେଶ କରୁଛି । ଏଠାରେ ଉଲ୍ଲେଖେଯାଗ୍ୟ, ରବିବାର ଦିନ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ୫ଟି ଗେଟ୍ ଖୋଲା ଯାଇଥିଲା । ସୋମବାର ସୁଦ୍ଧା ହୀରାକୁଦ ଡ୍ୟାମର ବାମ ପାଶ୍ୱର୍ରୁ ୬ଟି ଗେଟ ଓ ଡାହାଣ ପାଶ୍ୱର୍ରୁ ୨ଟି ଗେଟ୍ ଖୋଲାଯାଇ ୮ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଏବେ ଆହୁରୀ ୪ଟି ଗେଟ୍ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡରର ସର୍ବୋଚ୍ଚ ଜଳଭଣ୍ଡୃାର କ୍ଷମତା ୬୩୦ଫୁଟ ରହିଛି । ବର୍ତ୍ତମାନ ଏହାର ଜଳସ୍ତର ୬୧୪.୪୫ ଫୁଟ ଅଛି କ୍ଷ ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ଲକ୍ଷ ୮ ହଜାର ୭୯୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ତଳ ମୁଣ୍ଡ ମହାନଦୀ କୁ ୧ଲକ୍ଷ ୧୬ ହଜାର ୭୩୧ ଘନଫୁଟ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ହୀରାକୁଦର ଜଳସ୍ତର ବଢୁଥିବାରୁ ଏହିଭଳି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦିଆଯାଇଛି ।