ଖୁବ୍ ଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତିର ଟଙ୍କା। ଏହି ପର୍ଯ୍ୟାୟରେ ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଜି ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଗତ ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉକ୍ତ ଦିନ ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ହିତାଧିକାରୀଙ୍କୁ ଗତ ୯ ତାରିଖରେ ମିଳିଥିଲା ପ୍ରଥମ କିସ୍ତି ଟଙ୍କା। ଉକ୍ତ ଦିନ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଥିଲେ। ପ୍ରଥମ ଦୁଇ ପର୍ଯ୍ୟାୟରେ ଏଯାବତ ପ୍ରାୟ ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପାଇ ସାରିଲେଣି। ରାଜ୍ୟ ସରକାର କୋଟିଏରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ଟଙ୍କା ଦେବାକୁ ଲକ୍ଷ୍ୟ ରଖିଥିବା ଜଣାଯାଇଛି। ବାକିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏହି ଟଙ୍କା । ଗୁରୁତ୍ୱପୂର୍ଣ୍ଣ ସୁଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏପର୍ଯ୍ୟନ୍ତ ୧ କୋଟି ୫୦ ହଜାର ମହିଳା ରେଜିଷ୍ଟ୍ରେସନ କରିଲେଣି । ୨ୟ ପର୍ଯ୍ୟାୟରେ ମୋଟ ୬୦ ଲକ୍ଷ ମହିଳାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଖୁବ୍ ଶିଘ୍ର ତୃତୀୟ ପର୍ଯ୍ୟାୟରେ ବାକି ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବୁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । ସେ ଆହୁରି କହିଛନ୍ତି, ଏନପିସିଆଇ କ୍ଲିୟରାନ୍ସ ପରେ ଆଜି ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ପ୍ରଦାନ କରିଛୁ। କୌଣସି ଯୋଗୂ ହିତାଧିକାରୀଙ୍କ ଅବେଦନପତ୍ର ଖାରଜ କରାଯିବ ନାହିଁ ।