ଓଲିଉଡରେ ଏବେ ଅନୁଭବଙ୍କୁ ନେଇ ଗୋଟିଏ ଚର୍ଚ୍ଚା । ପୁଣି ଥରେ ବିବାହ କରିବେ ଅନୁଭବ ମହାନ୍ତି । ଏକାଥା ଆମେ କହୁନୁ ଏକଥା ଶୁଣିବାକୁ ମିଳୁଛି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଲକ୍ଷ ଲକ୍ଷ ଫ୍ୟାନସ୍ଙ୍କ ଠାରୁ । ଆଉ ପରୋକ୍ଷରେ ଅନୁଭବ ଓ ଜାଗ୍ରତି ମଧ୍ୟ ଏହା କହି ସାରିଲେଣି । କେତେବେଳେ ଜାଗ୍ରତି କହୁଛନ୍ତି ଯେ ଅନୁଭବ ତାଙ୍କ ଫ୍ୟାନ୍ସଙ୍କ କଥା ନିରାଶ କରିବେନି ତ ଆଉ କେତେବେଳେ ଅନୁଭବ କହୁଛନ୍ତି ଯଦି ଜାଗ୍ରତି ବିବାହ ପାଇଁ ରାଜି ହୁଅନ୍ତି ତେବେ ମୋର କିଛି ଆପତ୍ତି ନାହିଁ । ଏ ସବୁ ବିଷୟରୁ ଗୋଟିଏ କଥା ଏବେ ଧିରେ ଧିରେ ସ୍ପଷ୍ଟ ହେଲାଣି ଯେ ହୁଏତ ଖୁବଶୀଘଅ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ।
ଅନୁଭବଙ୍କ ଅଟୋବାୟୋଗ୍ରାଫି ଲେଖିଛନ୍ତି ତାଙ୍କ ବାନ୍ଧବୀ ତଥା ଲେଖିକା ଜାଗ୍ରତି ଶୁକ୍ଳା । ନିକଟରେ ଏହା ଓଡିଶାରେ ରିଲିଜ୍ ମଧ୍ୟ କରା ଯାଇଛି । କୁହାଯାଉଛି କି, ଏହି ବହି ଲେଖିବାକୁ ଜାଗ୍ରତି ଅନେକ ପରିଶ୍ରମ କରିଛନ୍ତି । ଏମିତିକି, ଅନୁଭବଙ୍କ ସାଙ୍ଗସାଥୀ, ପରିବାର , ଶିକ୍ଷକ ଓ ଶିକ୍ଷୟିତ୍ରୀ ସହ ସେ ଆଲୋଚନା କରି ଏହି ପୁସ୍ତକ ଲେଖିଛନ୍ତି। ଆଉ ପୁସ୍ତକ ରିଲିଜ୍ ହେବା ପରେ ଏବେ ସବୁଠି ଅନୁଭବ ଜାଗୃତିଙ୍କ ବିବାହକୁ ନେଇ ଚର୍ଚ୍ଚା । ଅନେକ ସୋସିଆଲ ମିଡିଆ ଇଣ୍ଟର ଭିୟୁ୍ୟରେ ବିବାହକୁ ନେଇ ଇଂଗିତ ଦେଉଛନ୍ତି ଦୁହେଁ । ବିବାହ ଯଦି ହୁଏ ତେବେ ଅନୁଭବଙ୍କ ଫ୍ୟାନ୍ସ ମାନେ ଜାଗ୍ରତିଙ୍କୁ ଭାଉଜ ଡାକିପାରନ୍ତି ବୋଲି କହିଛନ୍ତି ଜାଗ୍ରତି । ସେପଟେ ଅନୁଭବ ଏକ ପଡକାଷ୍ଟରେ କହୁଛନ୍ତି ଯେ ସେ ବିବାହ ପାଇଁ ଝିଅ ଠିକ୍ କରି ସାରିଛନ୍ତି ଆଉ ଖୁବଶୀଘ୍ର ଫ୍ୟାନ୍ସଙ୍କ ପାଇଁ ସରପ୍ରାଇଜ୍ ବି ରଖିଛନ୍ତି ।
ତେବେ ଅନୁଭବ ପାରିବାରିକ ବିବାଦରେ ଛନ୍ଦି ହେବା ପରେ ପୁରା ଦେଶରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପ୍ରେମ ବିବାହ କରିବା ପରେ ବର୍ଷାଙ୍କ ସହ କାହିଁକି ତାଙ୍କର ମନାନ୍ତର ହେଲା, କାହିଁକି ପତି-ପତ୍ନୀ ସମ୍ପର୍କରେ ଭଟ୍ଟା ପଡ଼ିଲା ସେନେଇ ବିଗତ ୪ ବର୍ଷ ହେଲାଣି ଚର୍ଚ୍ଚା ଚାଲିଛି । ଏମିତିକି ହାଇକୋର୍ଟରେ ବି ଏନେଇ ମାମଲା ହେଲା । କିନ୍ତୁ ଛାଡପତ୍ର ପରେ ବର୍ଷା ନିଜର ଫିଲ୍ମ ୱାଇଫ୍ ମାଧ୍ୟମରେ ବିବାହ ବିଚ୍ଛେଦକୁ ମାନୁ ନଥିବା କହୁଥିବା ବେଳେ ଅନୁଭବ କିନ୍ତୁ ନିଜ ଦ୍ୱିତୀୟ ବିବାହକୁ ନେଇ ପରୋକ୍ଷରେ ସବୁଠି କହୁଛନ୍ତି । ସେପଟେ ଜାଗ୍ରତିଙ୍କୁ ବି ଅଧିକାଶଂ ସମୟରେ ଓଡିଶାରେ ଦେଖିବାକୁ ମିଳୁଛି । ଅନୁଭବଙ୍କ ପରିବାରଙ୍କ ସହ ତାଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଅନୁଭବଙ୍କ ପରିବାର ବି ତାଙ୍କ ପରିବାର ବୋଲି ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ସାରିଛନ୍ତି ଜାଗ୍ରତି । ତେବେ ଅନୁଭବ ଏବଂ ତାଙ୍କ ବାନ୍ଧବୀ ଜାଗ୍ରତି କେବେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ତାହାକୁ ଓଡ଼ିଶାବାସୀଙ୍କ ଅପେକ୍ଷାଟ୍ଟ.