ବାଲେଶ୍ୱର : ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାସନ କାର୍ଡ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ବଣ୍ଟନ କରା ଯାଉଥିବା ବେଳେ ହିତାଧିକାରୀଙ୍କୁ ଚାଉଳ ନଦେଇ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳ ଚଳୁ କରି ଦେଉଛନ୍ତି ରିଟେଲର, ୩୫ କିଲୋ ଚାଉଳ ପାଇବାକୁ ଥିବା ଅନ୍ତୋଦୟ ଯୋଜନା ହିତାଧିକାରୀଙ୍କୁ ସାଧାରଣ ହିତାଧିକାରୀ ଦର୍ଶାଇ ପରିବାର ସଦସ୍ୟଙ୍କୁ ମୁଣ୍ତ ପିଛା ୫ କେଜି ଲେଖାଏଂ ଚାଉଳ ଦେଉଥିଲେ ରିଟେଲର, ଆଉ ବଳକା ଚାଉଳ ସବୁ ହଡପ କରୁଥିଲେ, ବର୍ଷ ବର୍ଷ ଧରି ଏମିତି ଚାଲିଥିଲା କଳା ବେପାର, ଗରିବ ଆଦିବାସୀ ଲୋକଙ୍କ ନାମରେ ଅନ୍ତୋର୍ଦ୍ବୟ ଅନ୍ନପୂର୍ଣ୍ଣା ଯୋଜନା ରେ ୨୦୧୮ ମସିହା ପାଖରୁ ୩୫ କେଜି ଚାଉଳ ବଦଳରେ ହିତାଧିକାରୀ ଙ୍କ ପରିବାର ଙ୍କୁ ୫ କେଜି କିମ୍ବା ୧୦ କେଜି ଚାଉଳ ଦେଇ ପ୍ରତ୍ୟେକ ମାସ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳ ହଡପ କରୁଛନ୍ତି ରିଟେଲର, ଏମିତି କିଛି ସଙ୍ଗୀନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ପଂଚାୟତର ଜାଠିଆ ଗ୍ରାମର ସରକାରୀ ସ୍ୱୀକୃତି ପ୍ରାପ୍ତ ରିଟେଲର ଚୈତନ୍ୟ ମାଝୀ ଙ୍କ ନାମରେ, ଦିନେ କି ଦୁଇ ଦିନ ନୁଂହେ ବର୍ଷେ କି ଦି ବର୍ଷ ନୁଂହେ ଦୀର୍ଘ ୫ ବର୍ଷ ଧରି ରିଟେଲର ଜଣକ ପ୍ରତ୍ୟେକ ଅଣ୍ନପୂର୍ଣ୍ଣା ଅନ୍ତଦୋୟ କାର୍ଡ ପିଛା ୨୫ କେଜି ଲେଖାଁଏ ଚାଉଳ କାଟୁଛନ୍ତି ରିଟେଲର ଚୈତନ୍ୟ ମାଝି .. ୨୦୧୮ ମସିହାରୁ ଏହି କାରବାର ଚାଲିଥିବା ବେଳେ ପ୍ରାୟ ୫୦୦ କ୍ବିଣ୍ଟାଲ ଚାଉଳ ହଡପ ହୋଇଥିବା ଜଣା ପଡିଛି, ଯାହାର ଦାମ ୧୨ ଲକ୍ଷ ଟଙ୍କା ରୁ ଉର୍ଧ୍ବ ହେବ ବୋଲି ଜଣାପଡିଛି, ଚାଉଳ ହଡପ ହେଉଥିବା ଜାଣିବା ପରେ ଅନ୍ତଦୋୟ କାର୍ଡଧାରୀ ମାନେ ରିଟେଲରଙ୍କୁ ପଚାରିବାରୁ ଚାଉଳ ଆତ୍ମସାତ ଘଟଣାକୁ ସ୍ୱୀକାର କରିଛନ୍ତି ରିଟେଲର , ହଡପ କରି ଥିବା ଚାଉଳ ମଧ୍ୟ ଫେରାଇବେ ବୋଲି କହିଛନ୍ତି, ଏହାକୁ ନେଇ ପଂଚାୟତର ଶତାଧିକ କାର୍ଡଧାରୀ ସଙ୍ଗେ ସଙ୍ଗେ ବ୍ଲକ ଯୋଗାଣ ଅଧିକାରୀଙ୍କ ପାଖରେ ପହଁଚି ଏହା ବିଷୟ ଅବଗତ କରାଇଥିଲେ, ହିତାଧିକାରୀ ମାନେ ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଯୋଗାଣ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମ ପର୍ୟାୟରେ ୨୧ ଜଣ ହିତାଧିକାରୀ ଙ୍କୁ ଚଳିତ ମାସ ୩୫ କେଜି ଲେଖାଏଁ ଚାଉଳ ଯୋଗାଇ ଦେଇ ଥିବା ବେଳେ ବାକି ଆଉ ୨୦ ଜଣ ହିତାଧିକାରୀଙ୍କ ଚାଉଳ ତଦନ୍ତ ପରେ ଦିଆ ଯିବ ବୋଲି କହିଛନ୍ତି, ଏନେଇ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଅଭିଯୋଗର ସତ୍ୟତା ଥିବା କହିଛନ୍ତି ଏବଂ ଉକ୍ତ ରିଟେଲରଙ୍କ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି.