ଆଜି ପଶ୍ଚିମବଙ୍ଗର ଖଡକପୁର ଓ ଆସାମର ଚାବୁଆ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ପ୍ରଧାମନ୍ତ୍ରୀ । ତେବେ ରାଲିରେ ବିଜେପିର ବିକାଶର ଆଜେଣ୍ଡାକୁ ନେଇ ସେ ବକ୍ତବ୍ୟ ରଖିବେ । ଆଗାମୀ ନିର୍ବାଚନରେ ଯେପରି ଦୁଇ ରାଜ୍ୟରେ ଏଥର ଏନଡିଏ ସରକାର ଗଢିବ ସେ ନେଇ ଟ୍ୱିଟ୍ରେ ସ୍ପଷ୍ଟ କରିଛନ୍ତି । ଏହାପୂର୍ବରୁ ଗୁରୁବାର ଦିନ ପୁରୂଲିଆରେ ହୋଇଥିବା ଦ୍ୱିତୀୟ ନିର୍ବାଚନୀ ରାଲିରେ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କହିଥିଲେ ଯେ ପଶ୍ଚିମବଙ୍ଗରେ ବିଜେପି ଜିତିବା ରାଜ୍ୟରେ ବିକାଶର ଏକ ନୂତନ ଯୁଗର ଆରମ୍ଭ ହେବ । ଟିଏମସି କାର୍ୟ୍ୟକର୍ତ୍ତାଙ୍କ ନିର୍ୟ୍ୟାତନା କମ ହେବ । ଏଠାରେ କହିରଖୁଛୁ ଯେ, ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଆଠଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ । ୩୦ ନିର୍ବାଚନମଣ୍ଡଳୀ ପାଇଁ ପ୍ରଥମ ପର୍ୟ୍ୟାୟ ଭୋଟ୍ ମାର୍ଚ୍ଚ ୨୭ ରେ ହେବ, ୩୦ଟି ନିର୍ବାଚନମଣ୍ଡଳୀ ପାଇଁ ଦ୍ୱିତୀୟ ପର୍ୟ୍ୟାୟ ଭୋଟ୍ ଏପ୍ରିଲ୍ ୧ ରେ ହେବ। ୩ୟ ପର୍ୟ୍ୟାୟ ଭୋଟ୍ ଏପ୍ରିଲ ୬ ରେ ୩୧ ଆସନ ପାଇଁ, ୪ର୍ଥ ପର୍ୟ୍ୟାୟ ଭୋଟ୍ ୪୪ ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୧୦ ରେ ହେବ । ଏପ୍ରିଲ ୧୭ ରେ ୪୫ନିର୍ବାଚନମଣ୍ଡଳୀ ପାଇଁ ୫ମ ପର୍ୟ୍ୟାୟ ଭୋଟ୍ , ଏପ୍ରିଲ ୨୨ରେ ୪୩ ନିର୍ବାଚନମଣ୍ଡଳୀ ପାଇଁ ୬ଷ୍ଠ ପର୍ୟ୍ୟାୟ ଭୋଟ୍ ଗ୍ରହଣ ହେବ । ସେହିପରି ୩୬ଟି ନିର୍ବାଚନ ମଣ୍ଡଳୀ ପାଇଁ ଏପ୍ରିଲ୍ ୨୬ରେ ୭ମ ପର୍ୟ୍ୟାୟ ଭୋଟ୍ ଗ୍ରହ ହେବ । ଏପ୍ରିଲ୍ ୨୯ ରେ ୩୫ ଟି ନିର୍ବାଚନମଣ୍ଡଳୀ ପାଇଁ ୮ମ ପର୍ୟ୍ୟାୟ ଭୋଟ୍ ଗ୍ରହଣ ହେବ ।