ନୂଆଦିଲ୍ଲୀ ,(ଏନଏନଏସ ଓଡ଼ିଆ /୦୪.୦୨): ଚିକିତ୍ସା ବିଜ୍ଞାନରେ ଯେତେ ଉନ୍ନତି ଆସିଲେ ବି ଗାଁ ଗହଳିରେ ଆଜିବି ଅନେକ ଲୋକ ଅଛନ୍ତି ଯିଏକି ଚିକିତ୍ସା ପାଇଁ କ୍ୱାକ ପାଖକୁ ଚାଲି ଯାଉଛନ୍ତି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କ୍ୱାକର ଚିକିତ୍ସା ପଦ୍ଧତିରେ ଚିକିତ୍ସିତ ହେଉଛନ୍ତି । ପରେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଭଲ ହେବା ପରିବର୍ତ୍ତେ ଆହୁରି ବିଗିଡ଼ି ଯାଉଛି ସ୍ୱାସ୍ଥ୍ୟବସ୍ଥା । ଏପରିକି ବେଳେ ବେଳେ ରୋଗୀର ମୃତ୍ୟୁ ହୋଇଯାଉଛି । ମଧ୍ୟପ୍ରଦେଶ ଶାହଡୋଲ ଜିଲ୍ଲାରୁ ଏପରି ଘଟଣା ସାମନାକୁ ଆସିଛି ।
ଗରମ ଲୁହାରଡ଼ ଚେଙ୍କରେ ୩ ମାସ ଶିଶୁର ମୃତ୍ୟୁ ହୋଇଛି । ଶିଶୁଟିର ପେଟରେ ୫୧ ଥର ଗରମ ଲୁହାରଡରେ ଚେଙ୍କ ଦିଆଯାଇଛି । ଶିଶୁଟି ନିମୋନିଆ ରୋଗରେ ଆକ୍ରାନ୍ତ ଥିଲା । ଏହାର ଚିକିତ୍ସା ପାଇଁ କ୍ୱାକଟି ଶିଶୁଟିର ପେଟରେ ଗରମ ରଡ୍ ଯୋଗେ ଚେଙ୍କ ଦେଇଥିଲା । ଶିଶୁଟିର ସ୍ୱାସ୍ଥ୍ୟା ବସ୍ଥାରେ ସୁଧାର ଆସିବ କଣ ଆହୁରି ବିଗିଡ଼ି ଯାଇଥିଲା ।ପରେ ଶିଶୁଟିର ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ପରିବାର ଲୋକେ ଶାହଡୋଲ ମେଡ଼ିକାଲ କଲେଜରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି ।