ମୁମ୍ବାଇ : ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ମହିଳା ଦିବସ ଅବସରରେ ତାଙ୍କ ଝିଅ ଭାମିକା ଓ ପତ୍ନୀ ଅନୁଷ୍କା ଶର୍ମାଙ୍କ ଫଟୋକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଶୁଭକାମନା ଜଣାଇଛନ୍ତି । କୋହଲି ଲେଖିଛନ୍ତି, ଅନୁଷ୍କା ତାଙ୍କ ଜୀବନର ସବୁଠାରୁ ମଜବୁତ ମହିଳା ଓ ତାଙ୍କ ଝିଅ ବି ଅନୁଷ୍କାଙ୍କ ଭଳି ହେଉ । ଫୋଟୋ ପୋଷ୍ଟ କରି କୋହଲି ଲେଖିଛନ୍ତି, ‘ଶିଶୁ ଜନ୍ମ କଲାବେଳେ ଦେଖିବା ସହଜ କଥା ନୁହେଁ। ଏହା ଅବିଶ୍ୱାସନୀୟ ଏବଂ ଆଶ୍ଚର୍ଯ୍ୟଜନକ ଅନୁଭବ। ଏହି ଦୃଶ୍ୟ ଦେଖିଲେ ଆପଣ ମହିଳାଙ୍କ ଅସଲ ତାକତ ଓ ଦିବ୍ୟତାକୁ ବୁଝି ପାରିବେ ଏବଂ ଭଗବାନ ମହିଳାଙ୍କ ଭିତରେ ଜୀବନ କାହିଁକି ସୃଷ୍ଟି କରିଛନ୍ତି ତାହା ବି ବୁଝି ପାରିବେ। ମହିଳାମାନେ ପୁରୁଷଙ୍କ ତୁଳନାରେ ବହୁତ ମଜବୁତ’। କୋହଲି ଅନୁଷ୍କାଙ୍କୁ ମହିଳା ଦିବସର ଶୁଭକାମନା ଜଣାଇ ଲେଖିଛନ୍ତି, ‘ମୋ ଜୀବନର ସବୁଠାରୁ ମଜବୁତ ମହିଳାକୁ ମହିଳା ଦିବସର ଶୁଭକାମନା। ତାକୁ ବି ଶୁଭକାମନା ଯିଏ ଭବିଷ୍ୟତରେ ନିଜ ମା’ ଭଳି ହେବ ।