ନୋଟିସ ମିଳିବା ପରେ କୋର୍ଟରେ ହାଜର ହେଲେ ତିର୍ତୋଲ ବିଧାୟକଙ୍କ ବାନ୍ଧବୀ । ପୋଲିସ ଚାର୍ଜସିଟ୍ ଉପରେ ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀଙ୍କୁ କୋର୍ଟଙ୍କ ନୋଟିସ୍ କ୍ରମେ ବାନ୍ଧବୀ ସୋମାଲିକା ଜଗତସିଂପୁର ଏସଡିଜେଏମ୍ କୋର୍ଟରେ ଆଜି ହାଜର ହୋଇ ତାଙ୍କର ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି । ସୋମାଲିକା ଦାସ ଜଗତସିଂପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗରେ ବିଧାୟକ ଏକାଧିକ ଝିଅ ମାନଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଦର୍ଶାଯାଇଥିଲା । ପୋଲିସ କୋର୍ଟରେ ଦାଖଲ କରିଥିବା ଫାଇନାଲ୍ ରିପୋର୍ଟରେ ବିଧାୟକଙ୍କ ବିରୁଦ୍ଧରେ ହୋଇଥିବା ଏଭଳି ଅଭିଯୋଗ ବିରୁଦ୍ଧରେ କୌଣସି ପ୍ରମାଣ ନଥିବା ଦର୍ଶାଇଥିବା ବେଳେ ଆଜି କେଶକୁ ରିଓପନ କରିବାକୁ ସୋମାଲିକା ତାଙ୍କ ଓକିଲଙ୍କ ମାଧ୍ୟମରେ ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି ।