ଭୁବନେଶ୍ୱର : କୋଭିଡ଼ ନିୟମ ଉଲ୍ଲଘଂନ ଅଭିଯୋଗରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଆଇଡ଼ି ମାର୍କେଟକୁ ସିଲ୍ କଲା ବିଏମସି । 3 ଦିନ ପାଇଁ ବନ୍ଦ ରହିବ ଦୋକାନ ବଜାର । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ସିଲ ହୋଇଛି । କୋଭିଡ ନିୟମ ଉଲ୍ଲଙ୍ଘନ ହେଉଥିବାରୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ । ଆଜି 24ଘଣ୍ଟା ପାଇଁ ବନ୍ଦ ରହିବ ଇନ୍ଦ୍ରଧନୁ ମାର୍କେଟ। ତେବେ ଆସନ୍ତାକାଲି ଶନିବାର ଓ ତାପରଦିନ ରବିବାର ସପ୍ତାହାନ୍ତ ସଟଡାଉନ ରହିଛି । ଆଜିଠାରୁ ୩ ଦିନ ଯାଏଁ ଇନ୍ଦ୍ରଧନୁ ମାର୍କେଟ ବନ୍ଦ ରହିବ । ସୋମବାର ଦିନ ଖୋଲିବ ଇନ୍ଦ୍ରଧନୁ ମାର୍କେଟ । ବାରମ୍ବାର ବିଏମସି ପକ୍ଷରୁ ସଚେତନ କରାଯାଉଥିଲେ ମଧ୍ୟ ବାରମ୍ବାର ଏହି ସ୍ଥାନରେ ଭିଡ଼ ପରିଲକ୍ଷିତ ହେଉଛି । ଅଧିକ ଗହଳି କରିବା ସବ ଲୋକ କୋଭିଡ ନିୟମର ଉଲ୍ଲଂଘନ କରୁଛନ୍ତି । ବଜାରରେ ଭିଡ଼ ହେଉଛି । ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି ଉଭୟ ଦୋକାନୀ ଓ ଗ୍ରାହକ । ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ହାଟରେ ମିଳିତ ଚଢ଼ାଉ କରାଯାଉଛି । ଗତକାଲି ଡମଣା ହାଟକୁ ବନ୍ଦ କରାଯାଇଥିବା ବେଳେ 28 ତାରିଖ ଦିନ ମାର୍କେଟ ବିଲଡିଂକୁ ମଧ୍ୟ ବନ୍ଦ କରାଯାଇଛି ।