କୋଭିଡ ସଂକ୍ରମଣ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ଜଣେ ମୁସଲମାନ ଯୁବକ କଂର ମୃତ୍ୟୁ ହେଲା । ପରିବାର ଲୋକଙ୍କ ଗୁହାରୀ ପରେ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ ମୁତାବକ ଏହି ଯୁବକ ର ଶବ କୁ ମୃତକଙ୍କ ଗାଁ ଶ୍ମଶାନ ରେ କବର ଦେବାପାଇଁ ଅନୁମତି ମିଳିଲା । ହେଲେ ମୃତକ ର ପରିବାର ଓ ଆତ୍ମୀୟ ସ୍ୱଜନ ଏଥିରେ ସାମିଲ ପାଇଁ ଅନୁମତି ମିଳିଲା ନାହିଁ । ଏହି ଦାଇତ୍ଵ ଟାଙ୍ଗୀ ଥାନା ନିରୀକ୍ଷକ , ଟାଙ୍ଗୀ ମେଡିକାଲ ସୁପରିନଟେଣ୍ଡେଣ୍ଟ ଏବଂ ଟାଙ୍ଗୀ ତହସିଲଦାର କୁଂ ଦେଇଥିଲା ପ୍ରଶାସନ । ସେହି ଅନୁସାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସମାପନ ହୋଇଛି । ଘଟଣା ଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ସାନ-ରାଉତପଡା ଗାଁରେ ।
Avo- ସାନ-ରାଉତପଡା ଗାଁର ଜଣେ ମୁସଲମାନ ଯୁବକ ହେଉଛନ୍ତି ହାବିଦ୍ ଖାଁ । କିଛି ଦିନ ତଳେ କୋଭିଡ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଗତକାଲି ହାବିଦ୍ ଖାଁ ର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ମୁତାବକ ଟାଙ୍ଗୀ ଥାନା ନିରୀକ୍ଷକ ବିଜୟ କୁମାର ମଲ୍ଲିକ , ଟାଙ୍ଗୀ ମେଡିକାଲ ସୁପରିନଟେଣ୍ଡେଣ୍ଟ ଡାକ୍ତର ଜିତେନ୍ଦ୍ର ସାହୁ , ଟାଙ୍ଗୀ ଭାରପ୍ରାପ୍ତ ତହସିଲଦାର ସରତ କୁମାର ଦେହୁରୀ , ଟାଙ୍ଗୀ ଥାନା ର କମ୍ପ୍ୟୁଟର ଆଟେଡାଣ୍ଟ୍ ସୂର୍ଯ୍ୟ କୁମାର ମହାପାତ୍ର ପ୍ରମୁଖ ପିପିପି କିଟ୍ ପିନ୍ଧି କୋଭିଡ ନିୟମାନୁସାରେ ନିର୍ଦ୍ଦିଷ୍ଟ ସ୍ଥାନରେ ମୃତ ଶରୀର ର କବର ଦେଇଥିଲେ । ସ୍ଥାନୀୟ ପ୍ରଶାସନ ର ଏଭଳି ପଦକ୍ଷେପ କୁ ସାଧାରଣ ଜନତା ଶୁଭେଚ୍ଛା ଜଣାଇଛନ୍ତି ।