କେନ୍ଦ୍ରାପଡା ସହରରେ ରାତି ୧୦ ଟା ରୁ ଆରମ୍ଭ ହୋଇଥିବା ନାଇଟ କର୍ଫ୍ୟୁକୁ ନେଇ ହୋଇଥିବା ବିବାଦରେ ପୂର୍ଣ୍ଣଛେଦ ଟାଣିଛନ୍ତି ପ୍ରଶାସନ । ଗଜଲକ୍ଷ୍ମୀଙ୍କ ପୂଜା କମିଟିକୁ ପ୍ରଶାସନିକ ଅସ୍ବସ୍ତି ମିଳିବାପରେ ରାତିରେ ଆରମ୍ଭ ହୋଇଛି ଗଜଲକ୍ଷୀଙ୍କ ପୂଜା । ପ୍ରଶାସନର କହିବାକଥାକି ସରକାରଙ୍କ ଗାଇଡ୍ ଲାଇନକୁ ମାନି କୋଭିଡ କଟକଣା ପାଇଁ କେନ୍ଦ୍ରାପଡା ସହରରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଆରମ୍ଭ ହୋଇଛି । ଏହି ସମୟରେ ପୂଜାକଲେ ପୋଲିସ ଆକ୍ସନ ଭୟରେ ଗତକାଲି ଗଜଲକ୍ଷ୍ମୀଙ୍କ ପୂଜକମାନେ ଠାକୁରାଣୀଙ୍କ ପୂଜା କରିବାକୁ ମନାକରି ଜିଲ୍ଲାପ୍ରଶାସନଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ଏହି ଘଟଣାରେ ହସ୍ତକ୍ଷେପ କରି ପୂଜାମଣ୍ଡପ ମାନଙ୍କରେ ରାତିରେ ପୂଜା କରିବାକୁ ଅନୁମତି ଦେଇଛନ୍ତି । ପୂଜା ସମୟରେ ମଣ୍ଡପରେ ମେଢ କର୍ମକର୍ତ୍ତା ଓ ପୂଜାରୀଙ୍କୁ ମିଶାଇ ୭ ଜଣ ରହି ପରଦା ଆଢୁଆଳରେ ପୂଜାକରିବେ ବୋଲି କୁହାଯାଇଛି । ଏଣୁ ଆଜି ରାତିସାରା କେନ୍ଦ୍ରାପଡା ସହରରେ କୋଭିଡ କଟକଣା ମଧ୍ୟରେ ଗଜଲକ୍ଷ୍ମୀଙ୍କ ପୂଜା କରିବାର ବାଟ ଫିଟିଛି